ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ ରବିବାର ଭୋଗରାଇରୁ ଏକାବେଳେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ଏହି ସମୟରେ ବିଭିନ୍ନ ଜନଗହଳି ସ୍ଥାନରେ ସାମାଜିକ ଦୂରତ୍ୱ କଡାକଡି କରାଯିବା କଥା। ହେଲେ ବିଭିନ୍ନ ହାଟବଜାର ଭିଡ଼ ଜମିବା ସହ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଲୋକଙ୍କ ସୁରକ୍ଷା ନିମନ୍ତେ ୭ ପଞ୍ଚାୟତର ସରପଞ୍ଚମାନେ ଜିଲାପାଳ କ୍ଷମତା ପ୍ରୟୋଗ କରି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୬ ପଞ୍ଚାୟତରେ ସରପଞ୍ଚମାନେ ସୋମବାରଠାରୁ ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ମଙ୍ଗଳବାର କୁମ୍ଭାରମୂଳୀ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ରାତି ୮ରୁ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ୭୨ଘଣ୍ଟା ସଟ୍‌ଡାଉନ ଘୋଷଣା କରିଛନ୍ତି। ତେବେ କୁମ୍ଭାରମୂଳୀ ପଞ୍ଚାୟତ କରୋନା ସଂକ୍ରମଣମୁକ୍ତ ରହିଛି। ସରପଞ୍ଚ ସଟ୍‌ଡାଉନ ଘୋଷଣା ପରେ ଚୌକିହାଟ ଓ ଦୈନନ୍ଦିତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ହୋଇଯାଇଥିବାରୁ ଆଖପାଖ ଗାଁର ହଜାର ହଜାର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଏତଦ୍‌ଭିନ୍ନ ଭୋଗରାଇର ୯ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗ୍ନିଶମ ବିଭାଗ ସାନିଟାଇଜେଶନ୍‌ କରିଛି।