ଭୋକ ଓପାସରେ ବୁଲା କୁକୁର

ବଲାଙ୍ଗୀର ଅଫିସ,୧୧ା୪: କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟ ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ଭଳି ବୁଲା କୁକୁର ଓ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ବଲାଙ୍ଗୀର ମ୍ୟୁନିସିପାଲଟି ଫେଲ ମାରିଛି। ଲକ୍‌ଡାଉନ୍‌ ଯୋଗୁ ସହରରେ ଥଇବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ବୁଲା କୁକୁର ଓ ଗୋରୁ ଖାଦ୍ୟ ସଙ୍କଟରେ ପଡିଛନ୍ତି। ମ୍ୟୁନିସିପାଲଟି ପକ୍ଷରୁ ଦୈନିକ ୫ହଜାର ଟଙ୍କାର ଗୋଖାଦ୍ୟ ଓ ବିସ୍କୁଟ ଗୋରୁ ଓ କୁକୁରଙ୍କୁ ବଣ୍ଟାଯିବ ବୋଲି କୁହାଯାଉଥିଲେ ମଧ୍ୟ ଏହା ସହରର କେଉଁଠାରେ ବଣ୍ଟନ କରାଯାଉଛି ତାହା ଜଣାପଡୁନାହିଁ। କେତେକ ପଡାରେ ସହୃଦୟ ବ୍ୟକ୍ତି ଏହି ଜନ୍ତୁଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି।