Categories: ଜାତୀୟ

ଭୋକିଲା ବୃଦ୍ଧଙ୍କୁ ନିଜ ହାତରେ ଖୁଆଇଲେ ପୋଲିସ ଅଧିକାରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ନୋଏଡା ଥାନା ସେକ୍ଟର ୨୦ର ଜଣେ ପୋଲିସ ଅଧିକାରୀ ମଣିଷପଣିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ରାସ୍ତାରେ ବସିଥିବା ଜଣେ ଭୋକିଲା ବୃଦ୍ଧଙ୍କୁ ସବ୍‌ ଇନ୍ସପେକ୍ଟର ସୌରଭ ଯାଦବ ନିଜ ହାତରେ ଖୁଆଇଦେଇଥିଲେ। ଏହାପରେ ସୌରଭ ନିଜ ଟୁଇଟର ଆକାଉଣ୍ଟରେ ଏହି ଫଟୋକୁ ଶେୟାର କରିଥିଲେ। ଫଟୋଟି ଶେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବହୁ ଲାଇକ ଓ କମେଣ୍ଟ ମିଳିଥିଲା। ବହୁ ୟୁଜର୍ସ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Share