ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ, ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଭୋକ ଶୋଷରେ ଡହଳବିକଳ ହେଉଛନ୍ତି। ରାଜଧାନୀରେ ଏପରି ଶହଶହ ଲୋକ ଭୋକ ଶୋଷରେ କେଉଁଠି ଗଛ ତଳେ ତ ଆଉ କେଉଁଠି ବସ୍‌ ଷ୍ଟପ୍‌ ଆଦି ବିଭିନ୍ନ ସ୍ଥାନରେ ପଡି ରହିଛନ୍ତି। ଏଭଳି ବିପଦ ସମୟରେ ସେମାନଙ୍କ ବନ୍ଧୁ ସାଜିଛନ୍ତି ପୋଲିସ ଓ କେତେଜଣ ସ୍ବେଚ୍ଛାସେବୀ। ଏମାନେ କରୋନା ଲଢ଼େଇରେ ଅନ୍ୟତମ ପୁରୋଧା ସାଜି ଭୋକିଲା ପେଟକୁ ଦାନା ଦେଉଛନ୍ତି। ଏପରି କି ସାମାଜିକ ସଂଗଠନର କର୍ମକର୍ତ୍ତା ଭୋକରେ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ସିଆଇଏସ୍‌ଏଫ୍‌ (ଏୟାରପୋର୍ଟ)ରେ କାର୍ଯ୍ୟରତ ଚନ୍ଦ୍ରଶେଖର ନାହାକଙ୍କ ପରି ବହୁ ବ୍ୟକ୍ତି ନିଜ ଅର୍ଥ ଖର୍ଚ୍ଚ କରି ଭୋକିଲା ଲୋକ ଓ ପଶୁପକ୍ଷୀଙ୍କୁ ଖାଇବାକୁ ଦେଉଛନ୍ତି। ସେ ରାମମନ୍ଦିର, ମାଷ୍ଟରକ୍ୟାଣ୍ଟିନ, ରାଜମହଲ ଆଦି ଅନେକ ସ୍ଥାନକୁ ଯାଇ ବୁଲି ବୁଲି ଖାଦ୍ୟ ବାଣ୍ଟୁଛନ୍ତି। ସେହିପରି ଖରାରେ ଛିଡା ହୋଇ କାର୍ଯ୍ୟ କରୁଥିବା ପୋଲିସମାନଙ୍କୁ ମଧ୍ୟ ଅନେକ ସାମାଜିକ କର୍ମୀ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି।

୫ଶହ ନିରାଶ୍ରୟଙ୍କୁ ଆହାର ବାଣ୍ଟିଲା ବିଏମ୍‌ସି
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଭୋକିଲାଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଶୁକ୍ରବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ରେଲ୍‌ଓ୍ବେ ଷ୍ଟେଶନ, ଓଭରବ୍ରିଜ ତଳେ ମୁଣ୍ଡଗୁଞ୍ଜି ଥିବା ୫ଶହ ନିରାଶ୍ରୟ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ‘ଆହାର’ ପ୍ରଦାନ କରାଯାଇଛି। ଏହାର ତଦାରଖ ଦାୟିତ୍ୱରେ ବିଏମ୍‌ସିର ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ ରହିଥିବାବେଳେ ଆଗାମୀ ଦିନରେ ଅଧିକ ଖାଦ୍ୟ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।
ଭୋକ ଶୋଷରେ ଗୋରୁ ମୃତ୍ୟୁ ସନ୍ଦେହ
ଲକ୍‌ଡାଉନ୍‌ ପାଇଁ ଏବେ ପଶୁପକ୍ଷୀମାନେ ଅଧିକ ହଇରାଣ ହେଉଛନ୍ତି। ପିଇବାକୁ ପାଣି ନ ପାଇ ଅନେକ ପଶୁ ଏବଂ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଜଣାପଡିଛି। ଶୁକ୍ରବାର ଦୁଇଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏହି ଦୁଇ ଗୋରୁଙ୍କୁ ଏକ ଟ୍ରକ୍‌ରେ ନିଆଯାଉଥିବାବେଳେ ୧୨୦ ବାଟାଲିୟନ ନିକଟରେ ବହୁ ସମୟ ଧରି ଗାଡିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଗାଡିର ଡ୍ରାଇଭର ମଧ୍ୟ ନ ଥିଲେ। ଟ୍ରକରେ ସେମିତି ମଲା ଗୋରୁ ବହୁ ସମୟ ପର୍ଯ୍ୟନ୍ତ ପଡି ରହିଥିଲେ। ତେବେ ପାଣି ଓ ଖରାପାଇଁ ଗୋରୁ ମୃତ୍ୟୁ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ବିଏମ୍‌ସି ପକ୍ଷରୁ ସେମାନଙ୍କ ପାଇଁ ଜଳର ବ୍ୟବସ୍ଥା କରିବାକୁ ପଶୁପ୍ରେମୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri