Categories: ଜାତୀୟ

ଭୋକିଲା ଗାଈ ଶବାଧାରରେ ସାମିଲ ହେଲେ ସାଧୁସନ୍ଥ

ଜୟପୁର, ୧୩।୬: ରାଜସ୍ଥାନ ବାରମେର ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଭୋକିଲା ଗାଈର ମୃତ୍ୟୁକୁ ବିରୋଧ ପ୍ରଦର୍ଶନ କରି ବହୁ ସାଧୁସନ୍ଥ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାରମେର ଏବଂ ଜାସଲମେର ଜିଲାରେ ଘାସ ଚାରା ଅଭାବ ଥିବାରୁ ଗାଈ ଏବଂ ମଇଁଷିମାନେ ପ୍ରଚୁର ଖାଇବାକୁ ପାଉନାହାନ୍ତି। ଗତ ଏକ ମାସ ହେବ ଗାଈମାନେ ଖାଇବାକୁ ନ ପାଇ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଧ୍ୟାନକେନ୍ଦ୍ରିତ କରିବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share