Posted inଖେଳ

ଭେଟେରାନ ଖେଳାଳିଙ୍କୁ କିଣିବା ପରମ୍ପରା ବଜାୟ ରଖିଲା ସିଏସ୍‌କେ

ଚେନ୍ନାଇ,୨୦।୧୨- ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଭେଟେରାନ ଖେଳାଳିଙ୍କ ଉପରେ ପୁଞ୍ଜିଲଗାଣ ପରମ୍ପରା ବଜାୟ ରଖିଛି। ଦୁଇ ବର୍ଷ ବାସନ୍ଦାଦେଶରୁ ଫେରିବା ପରେ ସିଏସ୍‌କେ ୨୦୧୮ଠାରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କ ଉପରେ ଟଙ୍କା ଲଗାଉଛି। ଏଥର ୩୦ ବର୍ଷୀୟ ଲେଗ୍‌ ସ୍ପିନର ପୀୟୂଷ ଚାଓ୍ବଲା (୬.୭୫ କୋଟି)ଙ୍କୁ କିଣିଛି। ସେ ୧୩ ବର୍ଷ ତଳେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ସିଏସ୍‌କେ କୋଚ୍‌ ଷ୍ଟିଫେନ ଫ୍ଲେମିଂ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କୁ କିଣିବାର କାରଣ ଜଣାଇଛନ୍ତି। ପ୍ରତ୍ୟେକ ଦଳ ଭଳି ଆମେ ମଧ୍ୟ ଯୁବ ଓ ପ୍ରତିଭାଶାଳୀ ଖେଳାଳି ଚାହୁଁ। ମାତ୍ର ଅନ୍ୟ ଫ୍ରାଞ୍ଚାଇଜମାନେ ସେମାନଙ୍କୁ ଚାହୁଁଥିବାରୁ ପ୍ରାଇସ ମଧ୍ୟ ବଢ଼ୁଛି। ଏଥିସହିତ ୧୯ ବର୍ଷରୁ କମ୍‌ ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ଲଗାଇବାର କିଛି ଅର୍ଥ ନାହିଁ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇଡିଆ ଥିଲା କି, ଅଭିଜ୍ଞ ଖେଳାଳିଙ୍କୁ ନେଇ ଖେଳିବା। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଖେଳାଳିଙ୍କ ପାଇଁ ଆଇପିଏଲ୍‌ ପୂରା ଫିଟ୍‌। କାରଣ ସେମାନେ ଶୀର୍ଷ ସ୍ତରରେ ଚାପର ସମ୍ମୁଖୀନ ହୋଇସାରିଛନ୍ତି। ଏଥିଯୋଗୁ ଶେନ୍‌ ଓ୍ବାଟଶନ, ଇମ୍ରାନ ତାହିର, ହରଭଜନ ସିଂ, ଡ୍ବେନ ବ୍ରାଭୋ ଓ ଫାପ ଡୁଫ୍ଲେସିଙ୍କ ଭଳି ୩୦ରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କୁ ଦଳରେ ରଖାଯାଇଛି। ସିଏସ୍‌କେ ମ୍ୟାନେଜମେଣ୍ଟ ଅନୁଯାୟୀ, ସମସ୍ତ ବରିଷ୍ଠ ଖେଳାଳିଙ୍କ ଯୋଗୁ ଦଳ ନିୟମିତ ପ୍ରଦର୍ଶନ କରୁଛି। ମାତ୍ର ଏମାନେ ୨୦୨୦ ସୁଦ୍ଧା ବିଦାୟ ନେଇଯିବେ। ଏହାପରେ ୨୦୨୧ରେ ଖେଳାଳିଙ୍କ ବଡ଼ ନିଲାମ ପ୍ରକ୍ରିୟାରେ ସିଏସ୍‌କେ ତା’ର ନୂଆ ଦଳ ଗଠନ କରିବ। ୨୦୨୦ ପରେ କେବଳ ଧୋନୀଙ୍କୁ ରଖାଯିବ। ଯଦି ଅଧିନାୟକ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଚାହାନ୍ତି, ତେବେ ସିଏସ୍‌କେ ପୁଣି କିଣିବ। ଏବେ ତାଙ୍କୁ ୧୫ କୋଟି ଟଙ୍କା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର F-15 ଫାଇଟର ଜେଟ କ୍ରାସ, ସାମ୍ନାକୁ ଆସିଲା ଭିଡ଼ିଓ

କୁଓ୍ବେତ ସିଟି,୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ସମଗ୍ର ଅଞ୍ଚଳ ଯୁଦ୍ଧର ନିଆଁରେ ବୁଡ଼ି ରହିଛି।…

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ, ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ଭୁବନେଶ୍ବର,୨।୩: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ମୋଟ୍ ୫୫…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି…

ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା…

ବରଗଡ଼ରେ ହଇଚଇ: ସିଭିଲ କୋର୍ଟକୁ ପୁଣି ବୋମା ଧମକ

ବରଗଡ,୨।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ସୋମବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri