ଭୂଷଣ ମାମଲାରେ ୨୮୪ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୧-୭: ଭୂଷଣ ଷ୍ଟିଲ ବେଆଇନ୍‌ ଋଣ କାରବାର ମାମଲାରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ୨୮୪ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୋଧରେ ଚାର୍ଜଶିଟ ଦାଏର ହୋଇଛି। ଏହି ମାମଲାରେ ୬୦୦ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ମୋଟ ୭୦ ହଜାର ପୃଷ୍ଠାର ଚାର୍ଜଶିଟ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତ କରିଛି। ମାମଲାରେ ସବୁ ଅଭିଯୁକ୍ତଙ୍କୁ ଯଦି ଏକାଥରକେ ହାଜର କରାଯାଏ ଏବଂ ବ୍ୟକ୍ତି ପିଛା ୧ ମିନିଟ ସମୟ ନିଆଯାଏ ତେବେ ୪ ଘଣ୍ଟା ୪୫ ମିନିଟରୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଭୂଷଣ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଏତେ ଶୀଘ୍ର ଶେଷ ହେବ ନାହିଁ। ଶୁଣାଣି ଲାଗି କୋର୍ଟ ରୁମ ନୁହେଁ ବରଂ ଏକ ଷ୍ଟାଡିୟମ ଆବଶ୍ୟକ।
ସୂଚନାଯୋଗ୍ୟ ୨୦୧୭ରେ ଭୂଷଣ ଷ୍ଟିଲ ୪୭,୭୦୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜଡିତ ଥିବା ସାମ୍ନାକୁ ଆସିଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଭୂଷଣ ୩,୮୧୫ କୋଟି ଟଙ୍କା ବେଆଇନ ଋଣ କାରବାର କରିଥିବା ଗତ ସପ୍ତାହରେ ଜଣାପଡିଥିଲା। କନସୋର୍ଟିୟମ ବ୍ୟାଙ୍କଠାରୁ ଋଣ ଉଠାଇବା ଲାଗି କମ୍ପାନୀ ବୁକ ଅଫ୍‌ ଆକାଉଣ୍ଟରେ ବିଭିନ୍ନ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବ୍ୟାଙ୍କ ବ୍ୟବସ୍ଥାରୁ ଅର୍ଥ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର ହୋଇଛି। ଚାର୍ଜଶିଟରେ ନଁା ରହିଥିବା ମୋଟ ୨୮୪ଙ୍କ ମଧ୍ୟରୁ ୧୫୦ କମ୍ପାନୀ ରହିଛି। ଶୁଣାଣି ବେଳେ ଅଭିଯୋଗ ଆସିଥିବା କମ୍ପାନୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି। କୋର୍ଟରେ ମାମଲା ପଡି ରହୁଥିବାରୁ ଉକ୍ତ ମାମଲାର କେତେ ଶୀଘ୍ର ଚୂଡାନ୍ତ ରୂପ ନେବ ସେ ନେଇ କିଛି କହିବା ଠିକ ହେବ ନାହିଁ ବୋଲି ଆଇନ ବିଶାରଦ କହିଛନ୍ତି। ଆପରାଧିକ ମାମଲା ତୁଳନାରେ ଅର୍ଥନୈତିକ ଅପରାଧ ମାମଲାଗୁଡିକ ଅଧିକ ସମୟ ଲାଗୁଛି। ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ହେଲେ ଠିକ୍‌ ତଥ୍ୟ ପ୍ରମାଣ ଆବଶ୍ୟକତା ରହିଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ୩୨ ହଜାର ପୃଷ୍ଠାର ଚାର୍ଜଶିଟ ହୋଇଥିବା ବେଳେ ଭୂଷଣ ମାମଲା କିନ୍ତୁ ଏହାକୁ ଟପି ୭୦ ହଜାର ପୃଷ୍ଠା ସମ୍ବଳିତ ଚାର୍ଜଶିଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri