ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ପଶ୍ଚିମବଙ୍ଗର ପୁରୁଲିୟା ଜିଲାରେ ରହିଛି ଏହି ଷ୍ଟେଶନ। ଯାହାର ନାମ ବେଗୁନ୍‌କୋଦର। ୧୯୬୦ ମସିହାରେ ଏହି ଷ୍ଟେଶନଟି ଆରମ୍ଭ ହୋଇଥିଲା। ସନ୍ଥାଳର ରାଣୀ ଲାଚନ କୁମାରୀ ସେତେବେଳେ ଏହାକୁ ଉଦ୍‌ଘାଟନ କରିଥିଲେ। ଷ୍ଟେଶନ ଖୋଲିବାର କିଛିଦିନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଥିଲା। ମାତ୍ର ଏହା ପରେ ଅଦ୍ଭୁତ ଘଟଣାସବୁ ଘଟିଲା। ୧୯୬୭ ମସିହାରେ ରେଲ୍‌ଓ୍ବେର ଜଣେ କର୍ମଚାରୀ ଷ୍ଟେଶନରେ ଭୂତ ଦେଖିଥିବା କହିଥିଲେ। ମହିଳାରୂପୀ ଭୂତଜଣକ ଉଡ଼ିଯିବାରୁ ଏକ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ଘଟିଥିଲା ବୋଲି କର୍ମଚାରୀ ଜଣକ କହିଥିଲେ। ମାତ୍ର ତାଙ୍କର ଏହି କଥାକୁ ସମସ୍ତେ ଅଣଦେଖା କରିଥିଲେ। ପ୍ରକୃତ କାରଣ ଜଣାପଡ଼ିଥିଲା ଯେତେବେଳେ ଷ୍ଟେଶନ ମାଷ୍ଟରଙ୍କ ପରିବାର ଲୋକଙ୍କ ମୃତଦେହ ଷ୍ଟାଫ୍‌ କ୍ୱାର୍ଟର୍ସରେ ଦେଖିବାକୁ ମିଳିଥିଲା। ଭୂତ ଯୋଗୁ ଏହି ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହି କଥା ରେଲ୍‌ଓ୍ବେ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଫଳରେ ଷ୍ଟେଶନଟିକୁ ପୂରା ବନ୍ଦ କରି ଦିଆଯାଇଥିଲା। ୨୦୦୯ ମସିହାରେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବାବେଳେ ଏହାକୁ ପୁନଃ ଚାଲୁ କରିଥିଲେ। ଏବେ ଏଠାରେ ୧୦/୧୨ଟି ଟ୍ରେନ୍‌ ଅଟକୁଛି। ମାତ୍ର ଲୋକଙ୍କ ମନରୁ ଆଜି ବି ଭୟ ଛାଡ଼ିନି। ଏହି ଷ୍ଟେଶନଟି ଭୂତ ଷ୍ଟେଶନ ନାମରେ ଜଣାଶୁଣା। ଏହି ଷ୍ଟେଶନ ବୁଲିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି। କିନ୍ତୁ ସନ୍ଧ୍ୟା ପୂର୍ବରୁ ଫେରିଯାଇଥା’ନ୍ତି।

Share