ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ ଘରୁ ବାହାରି ରାସ୍ତାକୁ ପଳାଇଆସିଥିଲେ। ତେବେ ସୁନାମୀ ସତର୍କ ସୂଚନା ଜାରି କରାଯାଇନାହିଁ। ଉତ୍ତର ମାଲୁକୁ ପ୍ରଦେଶର ଟେର୍‌ନାଟେ ସହରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୬୫ କିମି ଦୂରରେ ଏବଂ ୧୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆ ଭୂକମ୍ପର କିଛି ସମୟ ପୂର୍ବରୁ ପଶ୍ଚିମ ଅଷ୍ଟ୍ରେଲିଆରେ ୬.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Share