ଭୁଶୁଡ଼ିଲା ସୁରକ୍ଷା ପାଚେରି

ପଦ୍ମପୁର, ୨୫ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତରେ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଓଭରହେଡ଼ ପାଣି ଟାଙ୍କିର ସୁରକ୍ଷା ପାଚେରି ଭୁଶୁଡ଼ି ପଡ଼ିଛି। କୋଟି କୋଟି ଟଙ୍କାର ବ୍ୟୟରେ ଶେଷ ହେବାକୁ ଥିବା ଏହି କାର୍ଯ୍ୟର ଫଳକଟିଏ ମଧ୍ୟ ଲାଗିପାରିନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି କହି ସମୟ ଗଡ଼ାଇ ଚାଲିଛନ୍ତି। ଏ ବିଷୟରେ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଭରତ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଛନ୍ତି।