ଭୁଶୁଡ଼ିଥିବା ପୋଲର ସ୍ଥିତି ଦେଖିଲେ ଅଧିକାରୀ

ବାଲେଶ୍ୱର ଅଫିସ, ୨୦।୬- ବାଲେଶ୍ୱର ଜିଲା ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ କୋଷ୍ଟ କେନାଲ ଉପରେ ଥିବା ୪୫ବର୍ଷର ପୁରୁଣା ପାଦଚଲା ପୋଲ ଗତ ୧୭ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲ ଉପରେ ପ୍ରାୟ ୩ହଜାର ଲୋକ ନିର୍ଭର କରୁଥିବାରୁ ଜଳପ୍ରଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଏଠାରେ ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନ ସମୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବି କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଅଭିମନ୍ୟୁ ବେହେରା, ସହକାରୀ ଯନ୍ତ୍ରୀ ନିର୍ମଳକାନ୍ତି ଜେନା, କନିଷ୍ଠଯନ୍ତ୍ରୀ ହରେକୃଷ୍ଣ ଧଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ନୂତନ ପୋଲ ନିର୍ମାଣ ନିମନ୍ତେ ପ୍ରକଳ୍ପ ଆରମ୍ଭ କରିଛନ୍ତି।
ଏହି କୋଷ୍ଟକେନାଲ ପୋଲ ଉପରେ ପଞ୍ଚାୟତର ଖଡୁପାହି, କଣ୍ଟର୍ଦ୍ଦା, ଦେଉଳବାଡ଼, ତୁଣ୍ଡୁରାପାହି ୪ଟି ରାଜସ୍ବ ଗ୍ରାମର ୩ହଜାର ଲୋକ ସହରକୁ ଯା’ଆସ କରିଥାନ୍ତି। ପୋଲର ରକ୍ଷଣାବେକ୍ଷଣ ଅଭାବରୁ ପିଲରଗୁଡ଼ିକ ନଷ୍ଟ ହୋଇଯାଇଥିଲା। ବିପଦସଙ୍କୁଳ ଅବସ୍ଥାରେ ଏହି ପୋଲ ଦେଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର, ରାଶନ ହିତାଧିକାରୀ, ଭତ୍ତାଧାରୀ, ବ୍ୟାଙ୍କ, ପଞ୍ଚାୟତ କାର୍ଯ୍ୟାଳୟ ଓ ଚାଷଜମିକୁ ଯାତାୟାତ କରୁଥିଲେ। ଗତ ବୁଧବାର ହଠାତ୍‌ ଉକ୍ତ ପୋଲ ଭୁଶୁଡ଼ିଯାଇଥିଲା। ଫଳରେ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି। ଅଧିକ ବର୍ଷା ହେଲେ ୪ଟି ଗ୍ରାମର ଲୋକେ ଜଳଘେରରେ ରହିବା ସହ ସହରଠାରୁ ବିଚ୍ଛିନ୍ନ ହୋଇଯିବେ। ଯଥାଶୀଘ୍ର ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ସମେତ ସରପଞ୍ଚ ଅଜୟ ବାରିକ ଦାବି କରିବା ସହ ପ୍ରଥମେ ଅସ୍ଥାୟୀ ପୋଲ ନିର୍ମାଣ କରାଯିବାକୁ ଜିଲାପାଳଙ୍କୁ ଆବେଦନ କରିଛନ୍ତି।
ଏ ସମ୍ପର୍କରେ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଭୁଶୁଡିଥିବା ପୋଲ ମରାମତି କରିବା ସମ୍ଭବ ନୁହେଁ। ଉକ୍ତ କୋଷ୍ଟ କେନାଲ ଉପରେ ନୂତନ ପୋଲ ନିର୍ମାଣ କରାଯିବ। କିନ୍ତୁ ତାଙ୍କ ବିଭାଗ ଠାରେ ଅର୍ଥ ନ ଥିବା କାରଣରୁ ପୂର୍ତ୍ତ ବିଭାଗର ରୁରାଲ ଡେଭେଲପ୍‌ମେଣ୍ଟ ଏବଂ ଡ୍ରେନେଜ୍‌ ବିଭାଗକୁ ଉକ୍ତ ପୋଲ ନିର୍ମାଣ ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri