ଭୁବନେଶ୍ୱର ରେଳ ଷ୍ଟେଶନ ହେବ ମଲ୍ଟି ମୋଡାଲ ହବ୍‌

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନକୁ ମଲ୍ଟି ମୋଡ଼ାଲ ହବ୍‌ରେ ବିକଶିତ କରାଯିବ। ଏନେଇ ଗୁରୁବାର ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ରେଲ୍‌ଓ୍ବେ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ଡିଭିଜନର ରେଳ ପ୍ରବନ୍ଧକ ଶଶିକାନ୍ତ ସିଂହ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଷ୍ଟେଶନର ନୂତନ ଟର୍ମିନାଲ ବିଲ୍ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ, ଅଟୋ ଓ ଟ୍ୟାକ୍ସିର ଭିନ୍ନ ଭିନ୍ନ ପାର୍କିଂ, ଭୂତଳ ରାସ୍ତା ଓ ଅନ୍ୟାନ୍ୟ ସେବା ଉପଯୋଗୀ ବ୍ୟବସ୍ଥା ସହ ପ୍ଲାଟଫର୍ମ ଉପର ଦେଇ ଉଭୟ ପାର୍ଶ୍ୱକୁ ସଂଯୋଗ କନ୍‌କୋର୍ସ ନିର୍ମାଣ କରାଯିବ। ଉଭୟ ରେଲ୍‌ଓ୍ବେ ଓ ରାଜ୍ୟ ସରକାରଙ୍କ ଜମିରେ ନୂଆ ଷ୍ଟେଶନ ବିଲ୍ଡିଂ ସହ ଦୁଇ ଲାଇନ୍‌ ପ୍ଲାଟଫର୍ମ ନିର୍ମାଣ ହେବ। ପ୍ରସ୍ତାବିତ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲ୍ଡିଂରେ ପ୍ରଥମ ୩ ମହଲା ରେଲ୍‌ଓ୍ବେ ଓ ଉପର ୩ ମହଲା ବିଡିଏ ବ୍ୟବହାର କରିବ।
ପ୍ରସ୍ତାବିତ ଷ୍ଟେଶନର ବିକଶିତ ଅଞ୍ଚଳ ମଧ୍ୟରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁ ପ୍ଲାଜା ଓ ଫୁଡ୍‌କୋର୍ଟର ବ୍ୟବସ୍ଥା ରହିବ। ଏଥିସହ ଗହଳି କମାଇବା ଲାଗି ବସ୍‌, ଅଟୋ ରିକ୍ସା, ଟ୍ୟାକ୍ସି, ଦୁଇ ଚକିଆ ଯାନ ପାଇଁ ଅଲଗା ସ୍ଥାନ ରହିବ। ସେହିଭଳି ସାଇକେଲ ଆରୋହୀ ଓ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ଯାତାୟାତ ପଥ ନିର୍ମାଣ କରାଯିବ। ଷ୍ଟେଶନ ଭିତରକୁ ପଶିବା ଲାଗି ଭୂତଳ ରାସ୍ତା ଓ ବାହାରିବା ଲାଗି ଉପର ମହଲାଦେଇ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ଓ ପୂର୍ବତଟ ରେଳପଥକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ଏକ ଐତିହାସିକ ମୁହୂର୍ତ୍ତ। ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ଷ୍ଟେଶନରେ ପରିଣତ ହେବାକୁ ଯାଉଛି। ଭୁବନେଶ୍ୱର ପାଇଁ ଏହା ପ୍ରଥମ ଟ୍ରାଞ୍ଜିଟ ଅଭିମୁଖୀ ଉନ୍ନୟନ ପ୍ରକଳ୍ପ। ଏହା ଭବିଷ୍ୟତରେ ଭୁବନେଶ୍ୱରକୁ ଦେଶର ଏକ ବ୍ୟବସାୟିକ ଜିଲାରେ ପରିଣତ କରିବାକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହେବାକୁ ଯାଉଛି ବୋଲି ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶା ବିକାଶର ଏହା ମାଇଲଖୁଣ୍ଟ ହେବ। ଷ୍ଟେଶନର ଉନ୍ନତି ହେଲେ ରାଜ୍ୟକୁ ଏକ ନୂଆ ପରିଚୟ ମିଳିବା ସହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି କାର୍ଯ୍ୟ ସିଙ୍ଗାପୁରର ସୁବର୍ଣ୍ଣା ଜୁରଙ୍ଗ ସଂସ୍ଥାକୁ ଦିଆଯାଇଥିବାରୁ ବିଡିଏକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri