ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, କୁଆଲାଲମ୍ପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିମାନରେ ବେଆଇନ ସୁନା ପରେ ଏବେ ବିଦେଶୀ ସିଗାରେଟ ଚାଲାଣ ଧରାପଡ଼ିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ମଙ୍ଗଳବାର ୧୨ଲକ୍ଷ ଟଙ୍କାର ସିଗାରେଟ ଜବତ କରିଛି। ୪୦୦ ପ୍ୟାକେଟରେ ରହିଥିବା ୮୦ହଜାର ସିଗାରେଟ କୁଆଲାଲମ୍ପୁରରୁ କଲିକତା ଚାଲାଣ ହେଉଥିଲା। ଭୁବନେଶ୍ୱରରୁ ବସ୍‌ କିମ୍ବା ଟ୍ରେନ୍‌ରେ ପଶ୍ଚିମବଙ୍ଗ ଯାଇଥାନ୍ତା। ସିଗାରେଟ ଚାଲାଣ କରୁଥିବା ୨ଜଣଙ୍କୁ ଡିଆର୍‌ଆଇର ଅଧିକାରୀମାନେ ଅଟକ ରଖି ପଚରାଉଚରା କରୁଛନ୍ତି। ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଏହି ଅନ୍ତର୍ଜାତୀୟ ର଼୍ୟାକେଟର ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ଡିଆର୍‌ଆଇ ଅଧିକାରୀଙ୍କ ସୂଚନାନୁସାରେ, ଜବତ ସିଗାରେଟ ‘ମାର୍ଲବୋର୍‌’ ବ୍ରାଣ୍ଡ୍‌ର। କୁଆଲାଲମ୍ପୁରରେ ଏହାର ଦାମ ଖୁବ୍‌ କମ୍‌। କିନ୍ତୁ ଓଡିଶା, ପଶ୍ଚିମବଙ୍ଗ ସମେତ ଭାରତର ଅନ୍ୟ ରାଜ୍ୟରେ ଗୋଟିଏ ସିଗାରେଟ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଛି। ରହିଥିବା ଆଇନ ଅନୁଯାୟୀ ଆମଦାନୀ କଲେ ବିଭିନ୍ନ ଟିକସ ଓ ସବୁ ଖର୍ଚ୍ଚ ମିଶିଲେ ସିଗାରେଟ ଗୋଟାପ୍ରତି କିଣା ୧୫ରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିଯିବ। ତେଣୁ ଧରାପଡ଼ିଥିବା ଦୁଇଜଣ ଦଲାଲ କୁଆଲାଲମ୍ପୁରରୁ କମ୍‌ ଦାମ୍‌ରେ ସିଗାରେଟ କିଣି ବେଆଇନ ଭାବେ ଲଗେଜ୍‌ ପାର୍ସଲରେ ବିମାନରେ ଆଣୁଥିଲେ। ସେମାନେ ସୋମବାର ଏୟାର ଏସିଆ ବିମାନ ଏକେ-୩୧ରେ କୁଆଲାଲମ୍ପୁର ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଏ ସମ୍ପର୍କରେ ଡିଆର୍‌ଆଇଙ୍କ ନିକଟରେ ସୂଚନା ପହଞ୍ଚତ୍ବା ପରେ ଧରିବାକୁ ଯୋଜନା ହୋଇଥିଲା। ରାତି ପ୍ରାୟ ୯ଟାରେ ସମ୍ପୃକ୍ତ ଦୁଇଜଣ ଯାତ୍ରୀ ବିମାନରୁ ଓହ୍ଲାଇ ମୁଖ୍ୟ ଗେଟ୍‌ ଦେଇ ବାହାରକୁ ବାହାରିବା ସମୟରେ ଡିଆର୍‌ଆଇ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେମାନଙ୍କ ଲଗେଜରୁ ୪ଶହ ପ୍ୟାକେଟ ବିଦେଶୀ ସିଗାରେଟ ମିଳିଥିଲା। ପଚରାଉଚରାବେଳେ ସେମାନେ କହିଛନ୍ତି ଯେ, କୁଆଲାଲମ୍ପୁରକୁ ନିୟମିତ ଭାବେ ଯାଇ ହୋଟେଲରେ ରୁହନ୍ତି। କମ୍‌ ଦାମରେ ମିଳୁଥିବା ସିଗାରେଟ ଓ ଅନ୍ୟ ସାମଗ୍ରୀ କିଣି ବିମାନଯୋଗେ ପଶ୍ଚିମବଙ୍ଗ ଚାଲାଣ କରନ୍ତି। କିନ୍ତୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ପୂର୍ବରୁ କେବେ ସିଗାରେଟ କାରବାର କରିନାହାନ୍ତି। ଏବେ କଲିକତା ସମେତ ଅନ୍ୟ ବିମାନବନ୍ଦରରେ ଯାଞ୍ଚ କଡାକଡି ହେଉଥିବାରୁ ପ୍ରଥମଥର ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ଚାଲାଣ କରିବାକୁ ଯୋଜନା କରିଥିଲେ ବୋଲି ସେମାନେ ଡିଆରଆଇ ଅଧିକାରୀଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri