Posted inଖେଳ

ଭୁବନେଶ୍ୱରରେ ହେବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ଭୁବନେଶ୍ୱର, ୨୮।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ। ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତି ଲାଭ କରିଥିବା ଭୁବନେଶ୍ୱରରେ ପୁଣି ଗୋଟିଏ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦେଖିବାକୁ ପାଇବେ ଓଡ଼ିଶାବାସୀ। ପୂର୍ବରୁ ଏସିଆନ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ (୨୦୧୭), ଏସିଆନ୍‌ ରଗ୍‌ବୀ ଚାମ୍ପିୟନଶିପ୍‌ (୨୦୧୮), ପୁରୁଷ ହକି ବିଶ୍ୱକପ୍‌ (୨୦୧୮)ସମେତ ହକିର ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରି ଯଶ ଅର୍ଜନ କରିଥିବା କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ବର୍ଷ ଫୁଟ୍‌ବଲର ସର୍ବୋଚ୍ଚ ପ୍ରତିଯୋଗିତା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି) ପକ୍ଷରୁ ମଙ୍ଗଳବାର ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ପ୍ରୋଭିଜନାଲ ଭେନ୍ୟୁ ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ଶେଷ ଭାଗରେ ଅନ୍ତିମ ନିରୀକ୍ଷଣ କରାଯିବ। ଏହି ସମୟ ମଧ୍ୟରେ ଭେନ୍ୟୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଆବଶ୍ୟକ। ଏହାପରେ ଫିଫା ପକ୍ଷରୁ ଆୟୋଜକ ସହର ଭାବେ ଘୋଷଣା କରାଯିବ। ତେବେ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫାର କୌଣସି ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଆୟୋଜନ କମିଟିର ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ରାଜ୍ୟ ସରକାରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ‘ ଆମେ ଖୁସି ଯେ, ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମେ ଭେନ୍ୟୁ ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ଦେଶରେ ମହିଳା ଫୁଟ୍‌ବଲର ଉନ୍ନତି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସାମିଲ ହେବାକୁ ଯାଉଥିବାରୁ ଧନ୍ୟବାଦ ଜଣାଉଛି। ବିଶ୍ୱକପ୍‌ ଆୟୋଜନ ପାଇଁ କିଛି କାମ ବାକି ରହିଯାଇଛି। ରାଜ୍ୟ ସରକାର ମୁଖ୍ୟ ଷ୍ଟାଡିୟମ ସମେତ ଟ୍ରେନିଂ ସାଇଟ୍‌ ଭେନ୍ୟୁ ଫିଫା ଷ୍ଟାଣ୍ଡାର୍ଡ ଅନୁଯାୟୀ କରିବାକୁ ପଡ଼ିବ। ପ୍ରତିଯୋଗିତା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗରେ ସନ୍ତୁଷ୍ଟ’ ବୋଲି ରୋମା ଏହି ଅବସରରେ ପ୍ରକାଶ କରିଛନ୍ତି। ଶାରୀରିକ ଅସୁସ୍ଥତା ଲାଗି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହିପାରି ନ ଥିଲେ ମଧ୍ୟ ସମ୍ମାନଜନକ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିଥିବାରୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଖୁସି ଜାହିର କରିଛନ୍ତି। ଭାରତରେ ପ୍ରଥମଥର ଲାଗି ଏହି ବିଶ୍ୱସ୍ତରୀୟ ମହିଳା ଫୁଟ୍‌ବଲ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାର ଆୟୋଜନ ଅଧିକାର ମିଳିଥିବାରୁ ଓଡ଼ିଶା ପାଇଁ ଏହା ଏକ ବଡ଼ ସମ୍ମାନ ବୋଲି କ୍ରୀଡ଼ାମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ହକିଠାରୁ ଆହୁରି ଭଲ ଆୟୋଜନ କରିବୁ: ବିଶାଲ ଦେବ
ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିବା ପରେ କ୍ରୀଡ଼ା ଓ ଯୁବସେବା ବ୍ୟାପାର ସଚିବ ବିଶାଲ କୁମାର ଦେବ ଖୁସି ଜାହିର କରିଛନ୍ତି। ‘ଫିଫା ବିଶ୍ୱକପ୍‌ ସହ ଜଡ଼ିତ ହେବାକୁ ଯାଉଥିବାରୁ ଏହା ଆମ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏଥିସହ ଫିଫା ବିଶ୍ୱକପ୍‌ ଆୟୋଜନ କରିଥିବା ବିଶ୍ୱର ଶ୍ରେଷ୍ଠ ସହର ତାଲିକାରେ ଭୁବନେଶ୍ୱର ଯୋଡ଼ି ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁ ଭୁବନେଶ୍ୱର ଆଜି ଦେଶର ପ୍ରମୁଖ କ୍ରୀଡ଼ା ସହର ଭାବେ ପରିଚିତି ଲାଭ କରିଛି। ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଫିଫା ଏଲ୍‌ଓସି କର୍ତ୍ତୃପକ୍ଷ ପୂର୍ବରୁ ବହୁବାର ଷ୍ଟାଡିୟମ ପରିଭ୍ରମଣରେ ଆସିବା ସହ ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଆମେ ଫିଫା ନିୟମ ଅନୁଯାୟୀ ଉପଲବ୍ଧ ଭିତ୍ତିଭୂମିଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ କରୁଛୁ। ଏଥିସହ ଆମେ ନିଶ୍ଚିତ ଅଛୁ ଯେ, ଏହି ସମ୍ମାନଜନକ ଇଭେଣ୍ଟ ଆୟୋଜନ ପାଇଁ ଫାଇନାଲ କ୍ଲିୟରାନ୍ସ ମିଳିବ। ଏସିଆନ୍‌ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଓ ହକି ବିଶ୍ୱକପ୍‌ ଭଳି ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌କୁ ଆହୁରି ଭଲ ଭାବରେ ଆୟୋଜନ କରିବୁ’ ବୋଲି ବିଶାଲ ଦେବ ଏହି ଖବରଦାତା ସମ୍ମିଳନୀରେ କହିଛନ୍ତି।
କଳିଙ୍ଗରେ ହେବ ୩ରୁ ୬ ମ୍ୟାଚ୍‌:
ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ୍‌ ୧୬ଟି ଦେଶ ଭାଗ ନେବାକୁ ଥିବାବେଳେ ଆୟୋଜକ ଦେଶ ଭାବେ ଭାରତ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିଛି। ବଳକା ୧୫ଟି ଦଳ ୬ଟି ମହାଦେଶୀୟ ପ୍ରତିଯୋଗିତାରୁ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିବା ପରେ ଆଉ ୩ଟି ଆୟୋଜକ ସହର ଭାବେ କୋଲକାତା, ନଭି ମୁମ୍ବାଇ ଓ ଗୋଆ ଦୌଡ଼ରେ ରହିଥିବା ଜଣାପଡ଼ିଛି। ମୋଟ୍‌ ୪ଟି ଭେନ୍ୟୁରେ ଟୁର୍ନାମେଣ୍ଟ ଆୟୋଜିତ ହେବ। ଫଳରେ ଫିଫା ନିୟମ ଅନୁଯାୟୀ ପ୍ରତ୍ୟେକ ଭେନ୍ୟୁରେ ୩ରୁ ୬ଟି ମ୍ୟାଚ୍‌ ଆୟୋଜିତ ହେବା ସମ୍ଭାବନା ରହିଛି। ଏହିକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅତିକମ୍‌ରେ ବିଶ୍ୱକପ୍‌ର ୩ ମ୍ୟାଚ୍‌ ଖେଳାଯିବା ଏକପ୍ରକାର ନିଶ୍ଚିତ ହୋଇଛି।
ପୋଲିସ ବାଟାଲିୟନ ଓ କ୍ୟାପିଟାଲ ହାଇସ୍କୁଲରେ ପ୍ରାକ୍ଟିସ ଭେନ୍ୟୁ:
ଫିଫା ବିଶ୍ୱକପ୍‌ ନିୟମ ଅନୁଯାୟୀ ଆୟୋଜନ ଅଧିକାର ପାଇଥିବା ସହରରେ ଗୋଟିଏ ମୁଖ୍ୟ ଭେନ୍ୟୁ ସମେତ ଅଭ୍ୟାସ ପାଇଁ ଆଉ ୪ଟି ଭେନ୍ୟୁ ବ୍ୟବସ୍ଥା ରହିବା ଆବଶ୍ୟକ। ଏହି କ୍ରମରେ ୪ଟି ଅଭ୍ୟାସ ଭେନ୍ୟୁ ମଧ୍ୟରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଗୋଟିଏ ରହିଥିବାବେଳେ ଆଉ ୩ଟି ବାହାରେ ବନ୍ଦୋବସ୍ତ କରାଯାଇଛି। ପୋଲିସ ବାଟାଲିୟନ ପରିସରରେ ୨ଟି ଏବଂ କ୍ୟାପିଟାଲ ହାଇସ୍କୁଲରେ ଆଉ ଏକ ପ୍ରାକ୍ଟିସ ଭେନ୍ୟୁ ପାଇଁ ଫିଫା ନିୟମ ଅନୁଯାୟୀ ଭିତ୍ତିଭୂମି କାମ ଆଗେଇଥିବା କ୍ରୀଡ଼ା


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri