Posted inରାଜ୍ୟ

ଭୁବନେଶ୍ୱରରେ ହେବ ସାତକୋଶିଆ ମାନସମନ୍ଥନ ୧୫ରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ

ବନ୍ତଳା,୧୧ା୭ : ଆସନ୍ତା ୧୫ ତାରିଖରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଭୁବନେଶ୍ୱରରେ ହେବ ମାନସମନ୍ଥନ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଥିବା ଏହି ବୈଠକରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଉପରେ ଆଲୋଚନା ହେବ। ବିଶେଷକରି ୨୦୧୮ ନଭେମ୍ବର ୬ରୁ ରାଇଗୁଡାସ୍ଥିତ ଏନକ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀକୁ ନେଇ ଏଥିରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସୁନ୍ଦରୀକୁ ପୁନର୍ବାର ଅଭୟାରଣ୍ୟରେ ଛଡାଯିବ କି ନନ୍ଦନକାନନରେ ରଖାଯିବ କିମ୍ବା ବାନ୍ଧବଗଡ଼କୁ ଫେରାଇ ଦିଆଯିବ ସେ ନେଇ ଉକ୍ତ ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଦୀର୍ଘଦିନ ପରେ ବସୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ ରାଜ କରାଟେ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ), ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ), ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି), ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ), ବିଭାଗୀୟ ସଚିବ ଓ ସାତକୋଶିଆ ଡିଏଫଓ ଉପସ୍ଥିତ ରହିବେ। ତେବେ ଯାହା ସୂଚନା ମିଳିଛି, ସୁନ୍ଦରୀ ରହୁଥିବା ରାଇଗୁଡା ଏନକ୍ଲୋଜରକୁ ୫ ହେକ୍ଟରକୁ ସମ୍ପ୍ରସାରଣ କରାଯିବ। ଏଥିପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଏନ୍‌କ୍ଲୋଜର ମଧ୍ୟରେ ଏକ ଚିରସ୍ରୋତା ନାଳ, ପାହାଡ଼ ଖୋଲ ଆଦି ପ୍ରାକୃତିକ ପରିବେଶ ନିର୍ମାଣ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭୟାରଣ୍ୟ ମଧ୍ୟରେ ପ୍ରାଣ ହରାଇବା ପୂର୍ବରୁ ମହାବଳ ମହାବୀର ଔରସରୁ ସାତକୋଶିଆର ପୁରୁଣା ବାଘୁଣୀ ଗର୍ଭବତୀ ଥିବା ୨୦୧୮ ନଭେମ୍ବରରେ ବନ ବିଭାଗ ସ୍ପଷ୍ଟ କରିଥିଲା। ଏବେ ସେହି ପୁରୁଣା ବାଘୁଣୀ ଖୋଲାଖୋଲି ବୁଲୁଥିଲେ ବି ଶାବକ ଜନ୍ମ ଦେଇଛି କି ନାହିଁ ସେ ସମ୍ପର୍କରେ କିଛି ସୂଚନା ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏ ବିଷୟରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ବାଘୁଣୀ ସୁନ୍ଦରୀକୁ ନେଇ ଖୁବ୍‌ଶୀଘ୍ର ବୈଠକ ବସୁଛି। ସେଥିରେ ଯାହା ନିଷ୍ପତ୍ତି ହେବ ସେହି ଅନୁଯାୟୀ କାର୍ଯ୍ୟ କରାଯିବ। ସାତକୋଶିଆରେ ପୁନର୍ବାର ବାଘ ଛାଡିବା ସମ୍ପର୍କରେ ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ନିଷ୍ପତ୍ତି ନେବ। ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀର ବ୍ୟାଘ୍ର ପ୍ରକୃତି ଯେପରି ପରିବର୍ତ୍ତନ ନ ହୋଇଯାଏ ସେଥିପାଇଁ ଅଧିକ ୪ ହେକ୍ଟର ଜାଗାକୁ ଏହାକୁ ସମ୍ପ୍ରସାରଣ କରାଯିବ। ସାତକୋଶିଆର ପୁରୁଣା ବାଘୁଣୀ ଗର୍ଭବତୀ ଥିବା ଆମ ପାଖରେ ଖବର ଥିଲା। କିନ୍ତୁ ଶାବକ ଜନ୍ମ ବିଷୟରେ କିଛି ସୂଚନା ନାହିଁ। ଏ ନେଇ ପ୍ରମାଣ ପାଇବା ପାଇଁ ବିଭିନ୍ନ ଜାଗାରେ ୨ଶହରୁ ଊଦ୍ଧର୍‌ବ କ୍ୟାମେରା ଲଗା ଯାଇଛି। ହେଲେ ଏଯାଏ କ୍ୟାମେରା ଟ୍ରାପରେ ଶାବକର ଫଟୋ ଆସୁନାହିଁ। ତେଣୁ ଆଉ ଅଧିକ ୪ ଶହ କ୍ୟାମେରା ଲଗାଯିବାର ଯୋଜନା ରହିଛି। ବାଘକୁ ନେଇ ବନବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ତାହାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି। ପ୍ରତି ଗ୍ରାମର ଅଧିବାସୀଙ୍କୁ ବିଭିନ୍ନ ରାଜ୍ୟରେ ଥିବା ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନରେ ନିଆଯିବା ସହିତ ପ୍ରକଳ୍ପରୁ ରୋଜଗାର ଓ ବାଘ-ମଣିଷର ସମ୍ପର୍କ ବିଷୟରେ ଅବଗତ କରାଯିବ। ଏଥିସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଦିନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri