ଭୁବନେଶ୍ୱରରେ କୋହଳ ହେଲା କଟକଣା

ଭୁବନେଶ୍ୱର,୨୯ା୪(ବ୍ୟୁରୋ):  ଭୁବନେଶ୍ୱରରେ ବ୍ୟବସାୟିକ କଟକଣାକୁ କୋହଳ କରାଯାଇଛି। ଏନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାରଠାରୁ ବିଏମ୍‌ସି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରସେରି, ଫଳ, ପନିପରିବା, ମାଛ,ମାଂସ, ଓମ୍‌ଫେଡ ଷ୍ଟଲ ଆଦି ଖୋଲା ରହିବ। ଏଥିସହ ଛୋଟ ଦୋକାନ, ଗ୍ୟାରେଜ୍‌, ମୋଟର ପାର୍ଟସ, ଲୁବ୍ରିକାଣ୍ଟ ଦୋକାନ ଖୋଲା ରହିବାକୁ ବିଏମ୍‌ସି ଅନୁମତି ଦେଇଛି। ମାର୍କେଟ କମ୍ପ୍ଲେକ୍ସ, ସପିଂ କମ୍ପ୍ଲେକ୍ସ, ମଲ୍ଟିବ୍ରାଣ୍ଡ ଶୋରୁମ୍‌ ଓ ମଲ୍‌ ସହ ସେଲୁନ୍‌, ଗେମ୍‌ ପାର୍ଲର, ମସାଜ୍‌ ସେଣ୍ଟର, ଜିମ୍‌, ପାନ, ଗୁଟ୍‌ଖା ଦେକାନ, ଚା’ କଫି ଷ୍ଟଲ, ଫାଷ୍ଟଫୁଡ୍‌ ଷ୍ଟଲ, ଜଳଖିଆ ଦୋକାନ ଓ ଜୁସ୍‌ ସେଣ୍ଟର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ରିଲିୟାନ୍ସ, ବିଗ୍‌ବଜାର, ଫାଲକନ୍‌ ଫ୍ରେସ୍‌, ଚିଲିକା ଫ୍ରେସ୍‌ ପରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲାଯିବ। ପଶୁଖାଦ୍ୟ, ମଞ୍ଜି, କୀଟନାଶକ ବିକ୍ରି ଦୋକାନ ମଧ୍ୟ ଖୋଲା ରହିବ। ସେହିପରି ଓଡ଼ିଶା ଶପ୍ସ ଓ କମର୍ସିଆଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ବହି ଦୋକାନ, ହୋମ୍‌ ଡେଲିଭରି କରୁଥିବା ରେଷ୍ଟୁରାଣ୍ଟ ଖୋଲିବ। ଘରୋଇ ଇଲେକ୍ଟ୍ରିସିଆନ, ପ୍ଲମ୍ବର, କାର୍ପେଣ୍ଟର ମରାମତି ଦୋକାନ ଆଦି ଖୋଲାରହିବ। ବ୍ୟାଙ୍କ ଏଟିମ୍‌ ସହ ଅନ୍ୟ ବ୍ୟାଙ୍କିଂ କାର୍ଯ୍ୟାଳୟରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ବନ୍ଦଥିବା ପେଟ୍ରୋଲ ପମ୍ପ, ହୋଟେଲ, ଲଜ୍‌ଗୁଡ଼ିକୁ ଖୋଲାଯିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେହିପରି ନିର୍ମାଣ କାର୍ଯ୍ୟ ଜାରି ରହିବ। ନିର୍ମାଣ ସ୍ଥଳକୁ ଆଇରନ ରଡ, ସିମେଣ୍ଟ, ଚିପ୍‌ସ ଆଦି ପରିବହନ କରାଯାଇପାରିବ। ଶିଳ୍ପ ଓ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ୨୫% କର୍ମଚାରୀ କାମ କରିବେ।
ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ବିଏମ୍‌ସି ପକ୍ଷରୁ କିଛି ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ଖୋଲାଯିବାକୁ ଥିବା ଦୋକାନରେ ଏକ ସମୟରେ ସର୍ବାଧିକ ୫ଜଣ ଲୋକ ରହିପାରିବେ, ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ ହ୍ୟାଣ୍ଡୱାଶ୍‌, ସାନିଟାଇଜର ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଥଣ୍ଡା, କଫ, କାଶ କିମ୍ବା ଜ୍ୱର ହୋଇଥିବା କର୍ମଚାରୀଙ୍କୁ ଦୋକାନକୁ ଆସିବାକୁ ବାରଣ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ପରିବା ବ୍ୟବସାୟୀମାନେ ଯେଉଁଠି ବ୍ୟବସାୟ କରୁଛନ୍ତି ସେହିପରି କରିବେ। ମୁଖ୍ୟ ମାର୍କେଟକୁ ଆସିବେ ନାହିଁ। ମେଡିସିନ ଷ୍ଟୋର ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟସମସ୍ତ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ଓ ଟ୍ରେଡ୍‌ ଲାଇସେନ୍ସ ପ୍ରମାଣପତ୍ରର ଏକ ଅବିକଳ ନକଲ ଦୋକାନରେ ରଖିବାକୁ ବିଏମ୍‌ସି ପରାମର୍ଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri