ଭୁବନେଶ୍ୱରରୁ ସୁରଟ ଉଡ଼ିଲା ବିମାନ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟକୁ ସୋମବାର ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୧ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ ମିନିଟ୍‌ରେ ସୁରଟ ଅଭିମୁଖେ ଉଡ଼ାଣ କରିଥିଲା ଏୟାର ଇଣ୍ଡିଆର ଏ୩୨୧ ବିମାନ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିମାନରେ ଯାତ୍ରା କରିବା ସହ ନିଜର ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହି ସେବା ଲାଗି ଦୀର୍ଘ ସମୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଥିଲା। ତେବେ ଏୟାର ଇଣ୍ଡିଆ ଏନେଇ ଇଚ୍ଛା ପ୍ରକାଶ କରିବାରୁ ସେବା ଆରମ୍ଭ ହୋଇପାରିଛି। ପ୍ରଥମ ଦିନରେ ବିମାନର ସମସ୍ତ ଇକୋନୋମିକ୍‌ କ୍ଲାସ୍‌ ଟିକେଟ୍‌ ବିକ୍ରି ହୋଇଥିବାବେଳେ ଆଗାମୀ ଦିନରେ ଏହି ସେବା ସଫଳ ହେବ ବୋଲି ଏମ୍‌ପି କହିଛନ୍ତି। ସୂଚନା ଯେ, ପୂର୍ବରୁ ଦୁଇଟି ସହର ମଧ୍ୟରେ ଯାତ୍ରା କରିବା ପାଇଁ ପ୍ରାୟ ୩୫ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ମାତ୍ର ଦୁଇଘଣ୍ଟାରେ ଲୋକେ ଯାତ୍ରା କରିପାରିବେ। ତେବେ ସପ୍ତାହକୁ ଦୁଇଥର ଏହି ସେବା ପ୍ରଦାନ କରିବ ଏୟାର ଇଣ୍ଡିଆ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୮ଟା ୪୦ମିନିଟ୍‌ରେ ବିମାନଟି ଉଡ଼ାଣ କରି ୧୦ଟା ୪୦ମିନିଟ୍‌ରେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ସୁରଟରୁ ସକାଳ ୮ଟା ୩୦ରେ ବାହାରି ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍‌ରେ ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍‌ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍‌ରେ ୪୨୧୩ ଟଙ୍କା ଭଡ଼ା ରହିଛି। ଅନ୍ୟପଟେ ପ୍ରଥମ ଦିନ ଦୁଇଟି ସହର ମଧ୍ୟରେ ବିମାନସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ମନରେ ଖୁସି ଦେଖାଯାଇଥିଲା। ସୁରଟରେ ଅନେକ ଓଡ଼ିଆ କର୍ମସଂସ୍ଥାନ ପାଇଁ ରହୁଛନ୍ତି। ସେମାନଙ୍କ ଲାଗି ଏହି ବିମାନସେବା ଅତ୍ୟନ୍ତ ଉପାଦେୟ ହୋଇପାରିଛି। ସେହିପରି ଗୁଜରାଟର ଅନେକ ଲୋକ ମଧ୍ୟ ଓଡ଼ିଶାରେ ରହୁଛନ୍ତି। ଓଡ଼ିଶାରୁ ଗୁଜରାଟର କୌଣସି ସହରକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନାହିଁ। ତେଣୁ ଗୁଜରାଟୀମାନେ ମଧ୍ୟ ଏହି ବିମାନସେବା ଦ୍ୱାରା ଉପକୃତ ହେବେ। ସୋମବାର ଉଭୟ ଓଡ଼ିଆ ଏବଂ ଗୁଜରାଟୀ ଏହି ବିମାନ ଯାତ୍ରା କରିଛନ୍ତି। ଏହାଛଡ଼ା ଦୁଇଟି ସହର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। କାରଣ ଓଡ଼ିଶାର ଶାଢ଼ି ସୁରଟକୁ ଯାଇପାରିବ ଏବଂ ସୁରଟରୁ ମଧ୍ୟ ପୋଷାକ ଓଡ଼ିଶାକୁ ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri