Categories: ଫୁରସତ

ଭିନ୍ନ ମେଳା: ଯେଉଁଠାରେ ବିବାହ ପାଇଁ ଅନ୍ୟର ସ୍ତ୍ରୀକୁ କରାଯାଏ ଚୋରି

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହର ରୀତି ଭିନ୍ନ ପ୍ରକାରର। ଏମିତି ଏକ ରୀତି ରହିଛି ଯେଉଁଠାରେ ପୁରୁଷମାନେ ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରିଥାନ୍ତି। ପଶ୍ଚିମ ଆଫ୍ରିକାର ବୋଦାବେ ଜନଜାତିର ଲୋକମାନେ ଏପରି କରିଥାନ୍ତି। ଏପରି ବିବାହ ଏହି ଜନଜାତିଙ୍କର ଏକ ସ୍ବତନ୍ତ୍ର ପରିଚୟ। ଏହି ପ୍ରଥା ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ବିବାହ ଘର ଲୋକଙ୍କ ପସନ୍ଦରେ କରିଥାନ୍ତି। ମାତ୍ର ଦ୍ୱିତୀୟ ବିବାହ ପାଇଁ ପୁରୁଷମାନଙ୍କୁ ଅନ୍ୟର ସ୍ତ୍ରୀକୁ ଚୋରି କରିବାକୁ ପଡିଥାଏ। ଏଥିପାଇଁ ପ୍ରତିବର୍ଷ ‘ଗେରଭୋଲ’ ନାମକ ଏକ ପର୍ବର ଆୟୋଜନ କରାଯାଇଥାଏ। ଏଥିରେ ପୁରୁଷମାନେ ମୁହଁରେ ରଙ୍ଗ ଲଗାଇ ବିବାହିତା ମହିଳାମାନଙ୍କୁ ତାଙ୍କ ସହ ବିବାହ ପାଇଁ ରାଜି କରାଇଥାନ୍ତି। ଏହି ସମୟରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେପରି ଏ ସବୁ ଉକ୍ତ ମହିଳାଙ୍କ ସ୍ବାମୀ ନ ଦେଖନ୍ତି। ମହିଳା ବିବାହ ପାଇଁ ରାଜି ହେବା ପରେ ଉକ୍ତ ପୁରୁଷ ତାଙ୍କୁ ନେଇ ଫେରାର ହୋଇଯାନ୍ତି। ପରେ ଉକ୍ତ ଜନଜାତି ସେମାନଙ୍କ ବିବାହ କରାଇଥାନ୍ତି। ଏପରି ବିବାହକୁ ସେମାନେ ପ୍ରେମ ବିବାହ ବୋଲି ମାନିଥାନ୍ତି ।

Share