ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ତାପଙ୍ଗ କ୍ରଶରରେ କାର୍ଯ୍ୟରତ ଟ୍ରକ୍‌ ଡ୍ରାଇଭର ଉକ୍ତ ଅଞ୍ଚଳର ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କାକଟପୁରର ଅକ୍ଷୟ ସ୍ବାଇଁ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଭିନ୍ନକ୍ଷମ ଯୁବତୀ ଘରେ ଏକୁଟିଆ ଥିବାବେଳେ ଅକ୍ଷୟ ତାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଯୁବତୀଙ୍କ ମା’ ପହଞ୍ଚି ଅକ୍ଷୟଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ। ପୋଲିସ ବୁଧବାର ଉଭୟଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।