Categories: ଜାତୀୟ

ଭିଜିଲା ରାଜଧାନୀ

ନୂଆଦିଲ୍ଲୀ,୧୬।୧: ରାଜଧାନୀ ଦିଲ୍ଲୀ ଅଦିନିଆ ବର୍ଷାରେ ଭିଜିଛି। ଦିଲ୍ଲୀର କେତେକ ସ୍ଥାନରେ ଗୁରୁବାର ସାମନ୍ୟ ବର୍ଷା ହୋଇଛି। ଫଳରେ ଏଠାକାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୁଆପଥର ପଡିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ଯୋଗୁ ଗୋଟିଏ ପଟେ ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଅନ୍ୟପଟେ ଶୀତର ପ୍ରକୋପ ବଢିଯାଇପାରେ ବୋଲି ଅନୁମାନ କରାଯାଇଛି।

Share