ଭିଜିଲାନ୍ସ ଜାଲରେ ଭଞ୍ଜନଗର ମେଡିକାଲ ଅଧୀକ୍ଷକ

ଭଞ୍ଜନଗର, ୨୨ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ତାରସିଂ ଥାନା ଅନ୍ତର୍ଗତ ପଟାଙ୍ଗର ଭାନୁମତୀ ବାରିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଅଧିକ ତଦନ୍ତ ପାଇଁ ତାଙ୍କୁ ବ୍ରହ୍ମପୁର ଏସ୍‌ପିଙ୍କ ଅଫିସକୁ ନିଆଯାଇଛି। ଏଥିସହ ତାଙ୍କର ଭୁବନେଶ୍ୱର, ବ୍ରହ୍ମପୁର ଓ ଭଞ୍ଜନଗର ବାସଭବନ ଉପରେ ୩ଟି ଟିମ୍‌ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।