ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ: ଚେକ୍‌ ଇସ୍ୟୁ କରିବା ପାଇଁ ୧୪ ହଜାର ଲାଞ୍ଚ ମାଗିଥିଲେ

ବରଗଡ଼ ଅଫିସ, ୧୯।୫: ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ମଙ୍ଗଳବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏନ୍‌ଏସି ଅଫିସରେ ଭଡ଼ାରେ ଲାଗିଥିବା ଏକ ବୋଲେରୋ ଗାଡିର ବକେୟା ଦେୟ ବାବଦକୁ ଏକ ଚେକ୍‌ ଇସ୍ୟୁ କରିବା ପାଇଁ ସେ ୧୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଗାଡ଼ି ମାଲିକ ସମ୍ବଲପୁର ଜିଲା ଧମା ନିବାସୀ ଡା. ମଦନ ମେହେର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ଲାଞ୍ଚ ଦାବି କରୁଥିବା ଆକାଉଣ୍ଟାଣ୍ଟଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।