ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ

ଅନୁଗୋଳ ଅଫିସ, ୨।୧ – ଅନୁଗୋଳ ଜିଲାରେ ଦୁର୍ନୀତିର ଚେର ମାଡ଼ିଚାଲିଛି। ବିନା ପିସିରେ କୌଣସି କାମ ହେଉ ନ ଥିବା ଅଭିଯୋଗ ହେଉଛି। ହେଲେ ଜିଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଛି ଭିଜିଲାନ୍ସ ବିଭାଗ। ଏହି କାରଣରୁ ୨୦୧୯ରେ ମାମଲା କମିଛି। ୨୦୧୮ରେ ୧୦ ମାମଲା ରୁଜୁ ହୋଇଥିବାବେଳେ ଗତବର୍ଷ ଏହା ୭କୁ ଖସିଛି। ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସର୍ବନିମ୍ନ ୧୦ଟି ଟାର୍ଗେଟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। ହେଲେ ଜିଲା ଭିଜିଲାନ୍ସ ବିଭାଗ ଏହାକୁ ପୂରଣ କରିପାରିନାହିଁ। ଦୁର୍ନୀତିଖୋରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ ପଡ଼ିଥିବା ଚର୍ଚ୍ଚା ହେଉଛି।
ପଞ୍ଚମ ଥର ପାଇଁ କ୍ଷମତା ହାସଲ କରିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ବେଶ୍‌ କଠୋର ହୋଇଛନ୍ତି ନବୀନ ସରକାର। ଅଭିଯୋଗ ଆସିଲେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସ୍ଥଳ ବିଶେଷରେ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଉଛି। ରାଜ୍ୟ ସରକାର ସ୍ବଚ୍ଛ ଶାସନର ଆଭିମୁଖ୍ୟ ସ୍ପଷ୍ଟ କରି ଏପରି ପଦକ୍ଷେପ ନେଉଥିବାବେଳେ ଅନୁଗୋଳରେ କିନ୍ତୁ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନରେ ପଛେଇ ଯାଇଛି।
ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ୨୦୧୯ ଜାନୁୟାରୀ ୯ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବଅଁରପାଳର ପୂର୍ବତନ ତହସିଲଦାର ଅଶୋକ କୁମାର ଗଡ଼ତିଆ, ଆର୍‌ଆଇ ଭରତ ଚନ୍ଦ୍ର ତ୍ରିପାଠୀ, ବିଚିତ୍ରାନନ୍ଦ ପ୍ରଧାନ, ଧର୍ମେନ୍ଦ୍ର ବାରିକ, ଅଜୟ କୁମାର ମିଶ୍ର। ସେମାନେ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିକୁ ଚଞ୍ଚକତା କରି ୪ ଲକ୍ଷ ୮୪ ହଜାର ୨୯୪ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ସରକାରୀ ଦରଠାରୁ କମ୍‌ ଟଙ୍କାରେ ଜମି ବିକ୍ରି କରୁଥିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ୨୦୧୯ ସେପ୍ଟେମ୍ବର ୨୬ରେ ପେନସନ୍‌ ସ୍କିମ୍‌ରେ ୫ଲକ୍ଷ ୬ହଜାର ୩୦୦ଟଙ୍କା ଘୋଟାଲା କରିବା ଅଭିଯୋଗରେ ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତର ପୂର୍ବତନ ପିଇଓ କିଶୋର ଚନ୍ଦ୍ର ପ୍ରଧାନ ଗିରଫ ହୋଇଥିଲେ। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଜରପଡ଼ାର ପୂର୍ବତନ ଆର୍‌ଆଇ ଗୋକୁଳ ଚନ୍ଦ୍ର ପ୍ରଧାନ ଡିସେମ୍ବର ୩୦ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାକୁ ବାଦ୍‌ ଦେଲେ ଲାଞ୍ଚ କାରବାର ଅଭିଯୋଗରେ ଜାନୁୟାରୀ ୨୯ରେ ବଅଁରପାଳ ବିଇଓଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ରଞ୍ଜନ କୁମାର ନାୟକ, ଜୁନ୍‌ ୨୭ରେ ଟାବଡୁଲ୍‌ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା, ଅଗଷ୍ଟ ୬ରେ କଣଲୋଇ ଆର୍‌ଆଇ ଜଗବନ୍ଧୁ ନାଏକ, ନଭେମ୍ବର ୩୦ରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟର ସିନିୟର କ୍ଲର୍କ ବିନୟ କୁମାର ମହାପାତ୍ର ଧରାପଡ଼ିଥିଲେ। ଏସବୁ ଘଟଣାରେ ମୋଟ ୭ଟି ମାମଲା ରୁଜୁ ହୋଇଛି। ୨୦୧୮ ବର୍ଷରେ ୧୦ଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ପଟେ ଜିଲାର ବିଭିନ୍ନ ବିଭାଗରେ ଲାଞ୍ଚ କାରବାର ବଢ଼ିଚାଲିଥିବାବେଳେ ଭିଜିଲାନ୍ସ ବିଭାଗରେ ମାମଲା ହ୍ରାସ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ନେଇ ବିଭାଗର ଜଣେ ପଦସ୍ଥ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଗତବର୍ଷ ଅନୂ୍ୟନ ୧୦ ମାମଲା ରୁଜୁ କରିବାକୁ ଟାର୍ଗେଟ ମିଳିଥିଲା। ଯେଉଁଠି ଅଭିଯୋଗ ଆସିଛି ସେଠାରେ ଚଢ଼ାଉ କରାଯାଇଥିଲା। ସେଥିରୁ ଅନେକ ଘଟଣାରେ ସତ୍ୟାସତ୍ୟ ମିଳି ନ ଥିଲା। ଟାର୍ଗେଟ ପୂରଣ ପାଇଁ ଉଦ୍ୟମ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri