ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୨-୧: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଡିସେମ୍ବର ମାସରେ ଜିଏସ୍‌ଟି ରାଜସ୍ବ ବାବଦକୁ ୧,୦୩,୪୯୨ କୋଟି ଟଙ୍କା ଆଦାୟ କରାଯାଇଛି। ଲୋକଙ୍କର ଖର୍ଚ୍ଚ ବଢିବା ଯୋଗୁ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ରହିବା ସହ ୧.୦୨ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ୨୦୧୮ ଡିସେମ୍ବରରେ ସରକାର ୯୪,୭୨୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ବୋଲି ସରକାରୀ ଡାଟାରୁ ଜଣାପଡିଛି। ଅନୁପାଳନ ଏବଂ ଲୋକଙ୍କ ଖର୍ଚ୍ଚରେ ଉନ୍ନତି ଯୋଗୁ ରାଜସ୍ବ ବଢିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଜିଏସ୍‌ଟି ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୬% ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିଭଳି ଆମଦାନୀରୁ ସଂଗ୍ରହ ହେଉଥିବା ମୋଟ୍‌ ଜିଏସ୍‌ଟି କଥା ବିଚାରକୁ ନେଲେ ଏଥିରେ ଗତ ବର୍ଷ ଡିସେମ୍ବର ତୁଳନାରେ ୯% ବୃଦ୍ଧି ଘଟିଛି। ସଂଗ୍ରହ ହୋଇଥିବା ମୋଟ ୧.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବା ସିଜିଏସ୍‌ଟି ବାବଦ ୧୯,୯୬୨ କୋଟି, ରାଜ୍ୟ ଜିଏସ୍‌ଟି ବା ଏସ୍‌ଜିଏସ୍‌ଟି ବାବଦ ୨୬,୭୯୨ କୋଟି, ସମନ୍ବିତ ଜିଏସ୍‌ଟି ବା ଆଇଜିଏସ୍‌ଟି ବାବଦ ୪୮,୦୯୯ କୋଟି, ସେସ୍‌ ବା ଉପକାର ବାବଦ ୮୩୩୧ କୋଟି ଟଙ୍କା ସାମିଲ ରହିଛି। ଡିସେମ୍ବର ୩୧ ସୁଦ୍ଧା ୮୧.୨୧ ଲକ୍ଷ ଜିଏସ୍‌ଟି ଆର୍‌ ୩ବି ଫାଇଲ କରାଯାଇଛି। ନିୟମିତ ସମାଧାନ ଦ୍ୱାରା ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟି ବାବଦ ୨୧,୮୧୪ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୧୫,୩୬୬ କୋଟି ଟଙ୍କା ସମାଧାନ କରିଛନ୍ତି। ନିୟମିତ ସମାଧାନ ଦ୍ୱାରା ଡିସେମ୍ବରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସିଜିଏସ୍‌ଟି ବାବଦ ୪୧,୭୭୬ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୪୨,୧୫୮ କୋଟି ଟଙ୍କା ପାଇଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ବାକି ଥିବା ମାସଗୁଡିକରେ ପ୍ରତିମାସ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଟିକସ ଅଧିକାରୀଙ୍କୁ କୁହାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଉଚ୍ଚ ଟିକସ ଅଧିକାରୀଙ୍କ ସହ ଏ ନେଇ ଗତ ମାସରେ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିଥିଲେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତା ମାସଗୁଡିକରେ ରାଜସ୍ବ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ ବୋଲି ଡେଲଏଟ ଇଣ୍ଡିଆର ପାର୍ଟନର ଏମ୍‌.ଏସ୍‌. ମଣି କହିଛନ୍ତି। ଟିକସ ସଂଗ୍ରହରେ ଉନ୍ନତି, ଇନଭଏସିଂ, ନୂଆ ରିଟର୍ନ ପ୍ରଣାଳୀ ଦ୍ୱାରା ରାଜସ୍ବ ସଂଗ୍ରହ ବଢିବ ନେଇ ଆଶା ରହିଥିବା ସେ ମତ ଦେଇଛନ୍ତି। ଡିସେମ୍ବରରେ ହିମାଞ୍ଚଳ ପ୍ରଦେଶର ଜିଏସ୍‌ଟି ସଂଗ୍ରହ ୨ ଗୁଣା ବଢି ୨୬ରୁ ୫୮ କୋଟି ଟଙ୍କା ଟପିଛି। ଏହାବାଦ ନାଗାଲାଣ୍ଡରେ ରାଜସ୍ବ ଆଦାୟ ୮୮%, ମଣିପୁର ୬୪%, ମିଜୋରାମ ୬୦% ବଢିଛି। ସେହିଭଳି ଲାକ୍ଷାଦୀପର ରାଜସ୍ବ ସଂଗ୍ରହ ୭୮% କମିଥିବା ବେଳେ ଝାଡଖଣ୍ଡର ୩% ଟିକସ ସଂଗ୍ରହ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri