Categories: ଫୁରସତ

ଭାସମାନ ହୋଟେଲ, ଗୋଟିଏ ରାତିରେ ଦେବାକୁ ପଡେ…

ସ୍ବିଡେନ୍‌ର ଉତ୍ତର ଭାଗ ଲ୍ୟାପଲାଣ୍ଡ୍‌ରେ ଲ୍ୟୁଲ ନଦୀରେ ତିଆରି ହୋଇଛି ଭାସମାନ ହୋଟେଲ ‘ଦ ଆର୍କେଟିକ୍‌ ବାଥ୍‌’। ଯାହା ଲୋକଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲାଯାଇଛି। ଏଠାକୁ ଯିବା ପାଇଁ ହେଲେ ବୋଟ୍‌ ଏବଂ ଲୁହାରେ ତିଆରି ହୋଇଥିବା ରାସ୍ତା ଏକମାତ୍ର ମାଧ୍ୟମ। ଗ୍ରାହକମାନେ ଚାହିଁଲେ ଲ୍ୟୁଲିଆ ଏୟାରପୋର୍ଟରୁ କାର୍‌, ହେଲିକପ୍ଟର ନେଇ ଏଠାରେ ପହଞ୍ଚି ପାରିବେ। ହୋଟେଲରେ ୧୨ଟି କୋଠରି ରହିଛି। ୨୦୧୮ରେ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଆର୍କିଟେକ୍ଟ ବର୍ଟିଲ୍‌ ହେରୋଷ୍ଟ୍ରମ୍‌ ଏବଂ ଜୋହାନ୍‌ କପି ଡିଜାଇନ୍‌ କରିଥିଲେ।

ଏହି ହୋଟଲରେ ରହିବା ପାଇଁ ଏବେଠାରୁ ବୁକିଂ ଆରମ୍ଭ ହୋଇଗଲାଣି। ଏଠାରେ ଗୋଟିଏ ରାତି ରହିବାକୁ ହେଲେ ଗ୍ରାହକଙ୍କୁ ୮୧୫ ପାଉଣ୍ଡ୍‌ ଅର୍ଥାତ ଭାରତୀୟ ମୁଦ୍ରାରେ ୭୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ହୋଟେଲଟି ଗ୍ରୀଷ୍ମଋତୁରେ ପାଣିରେ ଭାସୁଥିବା ବେଳେ ଶୀତଋତୁରେ ବରଫରେ ଭୂମିସହ ଲାଗିଯାଇଥାଏ। ଏଠାରେ ଗ୍ରାହକଙ୍କ ନିମନ୍ତେ ଅନେକ ସୁବିଧା ସୁଯୋଗ ଯଥା ନ୍ୟୁଟ୍ରିସନ୍‌, ବ୍ୟାୟାମ, ଯୋଗ ଆଦି ଉପଲବ୍ଧ।

Share