ଭାଷଣ ନୁହେଁ, ରାଶନ ଦେବାକୁ ଦାବି କଲେ ଦିନ ମଜୁରିଆ

ଭଦ୍ରକ ଅଫିସ,୨୨ା୪: ବୁଧବାର ଭଦ୍ରକ ସିଆଇଟିୟୁ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ କିଛି ଅଣସଂଗଠିତ ଶ୍ରମିକ, ରିକ୍ସା ଚାଳକ ଓ ଦିନ ମଜୁରିଆମାନେ ଭାଷଣ ନୁହେଁ, ରାଶନ ଦିଅ ବୋଲି ଦାବି କରିଛନ୍ତି। ଲକ୍‌ଡାଉନ୍‌ କଟକଣା ଥିବାରୁ ଏହି ଶ୍ରମିକମାନେ ସିଆଇଟିୟୁ ନେତା ଦିବ୍ୟସିଂହଙ୍କ ବାସଭବନ ସମ୍ମୁଖରେ ସାମାଜିକ ଦୂରତ୍ୱ ବଜାୟ ରଖି ଏହି ଦାବି କରିଥିଲେ। ଅଣସଂଗଠିତ ଶ୍ରମିକ, ଦିନମଜୁରିଆ, ରିକ୍ସା ଚାଳକ, ରାଶନକାର୍ଡ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ତୁରନ୍ତ ରାଶନ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରାଯାଇଛି।