Categories: ଫୁରସତ

ଭାଲୁ ଜୁଟାଇଲା ଏମିତି ସାହସ, ଶିକାର କରି ନ ପାରି ଫେରିଗଲା ବାଘ

ରାଜସ୍ଥାନର ରଣଥାମ୍ବୋର ନ୍ୟାଶନାଲ ପାର୍କରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପାର୍କର ୪ ନଂ ଜୋନ୍‌ରେ ଏକ ଭାଲୁକୁ ଶିକାର କରିବା ପାଇଁ ବାଘଟିଏ ଲୁଚି ରହିଥିଲା। ମାତ୍ର ଭାଲୁ ଏମିତି ସାହସ ଜୁଟାଇଲା ବାଘ ଶିକାର ନ କରି ନିରାଶରେ ଫେରିଗଲା। ବାଘଟି ଭାଲୁକୁ ଶିକାର କରିବ ବୋଲି ଏକ ଗଛ ନିକଟରେ ଲୁଚି ରହିଥିଲା। ଯାହା ପାର୍କରେ ଲାଗିଥିବା କ୍ୟାମେରାରୁ ଜଣାପଡ଼ିଛି। ବାଘଟି ଭାଲୁକୁ ଶିକାର କରିବା ପାଇଁ ହଠାତ୍‌ ଭାଲୁ ଉପରକୁ କୁଦା ମାରିଲା। କିନ୍ତୁ ଭାଲୁଟି ଉପସ୍ଥିତି ବୁଦ୍ଧି ଖଟାଇ ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢ଼ିଗଲା। ତଥାପି ବାଘର ଆକ୍ରମଣ ନିଶା କମି ନ ଥିଲା। ସେ ମଧ୍ୟ ଭାଲୁ ପଛରେ ଗଛ ଉପରକୁ ଲମ୍ଫ ପ୍ରଦାନ କଲା। ବାଘକୁ ଦେଖି ଭାଲୁ ପ୍ରତି ଆକ୍ରମଣ କରିବାକୁ ସାହସ ଜୁଟାଇଲା। ଭାଲୁର ଆକ୍ରମଣାତ୍ମକ ଭଙ୍ଗୀ ଦେଖି ବିଚରା ବାଘଟି ନିରାଶରେ ଫେରି ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share