ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାପଡ଼ାହାଣ୍ଡି,୫।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ ମୁଦୁଲି(୨୫)। ସକାଳୁ ଆଶାରାମ ନିକଟସ୍ଥ ଖଜୁରୀ ଜଙ୍ଗଲକୁ କୌଣସି କାମରେ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କ ମୁଣ୍ଡ ଓ ଶରୀରକୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।