ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ମୃତ କାର୍‌ ଚାଳକଙ୍କ ନାଁ ପ୍ୟାରୁ ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ମା’ଓ ପୁଅଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ଫୁଲବାଣୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ପ୍ରଥମେ ଗୁରୁତରଙ୍କୁ ଫୁଲବାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।