ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବେ ବୋଲି ବୁଧବାର ଗେଲ୍‌ କହିଛନ୍ତି। ଏହି ସିରିଜ ଆସନ୍ତା ଅଗଷ୍ଟ-ସେପ୍ଟମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଚଳିତ ଆଇସିସି ବିଶ୍ୱକପ୍‌ ସମାପ୍ତ ହେବା ପରେ ଅବସର ନେବେ ବୋଲି ଏହି ଦୁର୍ଦ୍ଧର୍ଷ ବାମହାତୀ ବ୍ୟାଟ୍ସମ୍ୟାନ କହିଥିଲେ।
ଦୁଇ ଦଶନ୍ଧି ଧରି ସୀମିତ ଓଭର କ୍ରିକେଟ୍‌ରେ ରାଜ୍‌ କରୁଥିବା ଗେଲ୍‌ ଏଥିସହ ପ୍ରାକ୍ତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ଓ ଜ୍ୟାକ୍ସ କାଲିସଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଓ୍ବ ଓ କାଲିସ ଯଥାକ୍ରମେ ୨୦୦୪ ଓ ୨୦୧୩ରେ ଭାରତ ବିପକ୍ଷ ସିରିଜ ଖେଳିସାରିବା ପରେ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଫଳରେ ଗେଲ୍‌ଙ୍କ ଘରୋଇ ପଡ଼ିଆ ଜାମାଇକାର କିଙ୍ଗ୍ସଷ୍ଟନରେ ଅଗଷ୍ଟ ୩୦ରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ‘ଏହାର ଅନ୍ତ ବର୍ତ୍ତମାନ ହୋଇନାହିଁ। ମୋ ପାଖରେ ଏବେ ବି କିଛି ଖେଳ ବାକି ରହିଛି। ଆଉ ଗୋଟିଏ ସିରିଜ ବି ହୋଇପାରେ। କିଏ ଜାଣେ, କ’ଣ ଘଟୁଛି ଦେଖିବା’ ବୋଲି ଅବସର ନେଇ ଖବରଦାତାଙ୍କ ପ୍ରଶ୍ନରେ ଗେଲ୍‌ ଏହା କହିଛନ୍ତି। ବିଶ୍ୱକପ୍‌ ପରେ ସ୍ବତନ୍ତ୍ର ପ୍ଲାନ କ’ଣ ରହିଛି ବୋଲି ପ୍ରଶ୍ନ ହେବାରୁ ୩୯ ବର୍ଷୀୟ ଗେଲ୍‌ କହିଥିଲେ, ‘ ମୁଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିପାରେ ଏବଂ ଭାରତ ବିପକ୍ଷ ଦିନିକିଆ ସିରିଜ ନିଶ୍ଚିତ ଖେଳିବି। ଟି୨୦ ସିରିଜ କିନ୍ତୁ ଖେଳିବି ନାହିଁ। ବିଶ୍ୱକପ୍‌ ପରେ ଏହା ମୋର ପ୍ଲାନ ରହିଛି।’ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ମିଡିଆ ମ୍ୟାନେଜର ଫିଲିପ୍‌ ସ୍ପୁନର କିନ୍ତୁ ନିଶ୍ଚିତ କରିଥିଲେ ଯେ, ଭାରତ ବିପକ୍ଷ ସିରିଜରେ ଗେଲ୍‌ ଶେଷଥର ପାଇଁ ଜାତୀୟ ଦଳର ଡ୍ରେସରେ ନଜରକୁ ଆସିବେ। ‘ହଁ, ଭାରତ ବିପକ୍ଷ ସିରିଜ ଗେଲ୍‌ଙ୍କ ଅନ୍ତିମ ସିରିଜ ହେବ’ ବୋଲି ଫିଲିପ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୯ରେ ଭାରତ ବିପକ୍ଷ ଦିନିକିଆ ସହ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଗେଲ୍‌ ବର୍ତ୍ତମାନ ସୁଦ୍ଧା ୧୦୩ ଟେଷ୍ଟରୁ ୪୨.୧୯ ଆଭରେଜରେ ୭୨୧୫ ରନ, ୨୯୪ ଦିନିକିଆରୁ ୧୦,୩୪୫ ରନ ଓ ୫୮ ଟି୨୦ ମ୍ୟାଚ୍‌ରୁ ୧୬୨୭ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାମରେ ୨ଟି ତ୍ରିଶତକ ରହିଥିବାବେଳେ ଦିନିକିଆରେ ଗୋଟିଏ ଦ୍ୱିଶତକ ଲିପିବଦ୍ଧ ରହିଛି। ସେହିଭଳି ଟି୨୦ କ୍ରିକେଟ୍‌ରେ ପ୍ରଥମ ଶତକ ମଧ୍ୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri