ଭାରତ ସପକ୍ଷରେ ବ୍ରିଟେନ କୋର୍ଟ ରାୟ: ପାକିସ୍ତାନର ନୁହେଁ ନିଜାମଙ୍କ ସମ୍ପତ୍ତି

ଲଣ୍ଡନ,୩ା୧୦(ପି.ଟି.): ହାଇଦ୍ରାବାଦର ନିଜାମଙ୍କ ସମ୍ପତ୍ତି ଉପରେ ପାକିସ୍ତାନର ଦାବିକୁ ବ୍ରିଟେନ ହାଇକୋର୍ଟ ବୁଧବାର ଅଗ୍ରାହ୍ୟ କରିଦେଇଛନ୍ତି। ବହୁ ଦଶନ୍ଧି ଧରି ଲାଗି ରହିଥିବା ଏହି ବିବାଦର ରାୟ ଭାରତ ସପକ୍ଷରେ ଯାଇଛି। ୧୯୪୭ରେ ଦେଶ ବିଭାଜନ ବେଳେ ନିଜାମଙ୍କର ବିପୁଳ ପାଣ୍ଠି ଓ ଲଣ୍ଡନ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମାରାଶି ଉପରେ ପାକିସ୍ତାନ ଦାବି କରିଆସୁଥିଲା। ବ୍ରିଟେନର ନେଟଓ୍ବେଷ୍ଟ ବ୍ୟାଙ୍କରେ ନିଜାମଙ୍କର ପାଖାପାଖି ୩୫ ନିୟୁତ ପାଉଣ୍ଡ ଜମା ରହିଛି। ଏହି ଆଇନଗତ ଲଢ଼େଇରେ ଭାରତ ସରକାରଙ୍କ ସହ ନିଜାମଙ୍କ ବଂଶଧର ଯୁବରାଜ ମୁକାରାମ ଜାହ ଓ ତାଙ୍କ ସାନଭାଇ ମୁଫକରାମ ହାତ ମିଳାଇଥିଲେ। ଲଣ୍ଡନ ରୟାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ର ବିଚାରପତି ମାର୍କସ୍‌ ସ୍ମିଥ୍‌ ତାଙ୍କ ରାୟରେ କହିଥିଲେ ସପ୍ତମ ନିଜାମଙ୍କ ସମ୍ପତ୍ତିର ହକ୍‌ଦାର ଯୁବରାଜ ଓ ଭାରତ। ଫରେନ୍‌ ଆକ୍ଟ ଅଫ ଷ୍ଟେଟ୍‌ ଡକ୍ଟ୍ରିନ୍‌ କାରଣରୁ ପାକିସ୍ତାନର ଦାବି ଯଥାର୍ଥ ନୁହେଁ।
ହାଇଦ୍ରାବାଦର ତତ୍କାଳୀନ ନିଜାମଙ୍କର ୧,୦୦୭,୯୪୦ ପାଉଣ୍ଡ ୯ ସିଲିଂ ନବଗଠିତ ପାକିସ୍ତାନର ବ୍ରିଟେନରେ ଥିବା ହାଇକମିଶନରଙ୍କ ପାଖକୁ ଟ୍ରାନ୍ସଫର ହୋଇଥିଲା, ଯାହାକୁ ନେଇ ବିବାଦ ଲାଗି ରହିଛି। ଏବେ ଉକ୍ତ ଅର୍ଥରାଶି ପରିମାଣ ୩୫ ନିୟୁତ ପାଉଣ୍ଡରେ ପହଞ୍ଚତ୍ଲାଣି। ଭାରତ ସମର୍ଥନ କରୁଥିବା ନିଜାମଙ୍କ ବଂଶଧର ଉକ୍ତ ଜମାରାଶି ସେମାନଙ୍କର ବୋଲି ଦାବି କରିଥିବାବେଳେ ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଥିଲା। ୧୯୪୮ରୁ ଲାଗି ରହିଥିବା ଏହି ବିବାଦର ଏକପ୍ରକାର ସମାଧାନ ହୋଇଯାଇଛି। ପାଣ୍ଠି ଉପରେ ଅଷ୍ଟମ ନିଜାମର ଅଧିକାର ରହିଥିବା କୋର୍ଟ କହିଛନ୍ତି। ବିବାଦ ଆରମ୍ଭ ହେବା ବେଳେ ଯୁବରାଜ ଶିଶୁ ଥିଲେ। ଏବେ ସେ ୮୦ ବର୍ଷରେ ପହଞ୍ଚତ୍ଥିବାବେଳେ ରାୟ ତାଙ୍କ ସପକ୍ଷରେ ଯାଇଥିବା ଓକିଲ ପଲ୍‌ ହଓ୍ବେିଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri