Categories: ବାଣିଜ୍ୟ

ଭାରତ ଲାଗି ଆଉଟଲୁକ ଷ୍ଟେବଲ ରଖିଲା ଏସ୍‌ ଆଣ୍ଡ୍‌ ପି

ନୂଆଦିଲ୍ଲୀ,୧୩-୨: ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୋଅର୍ସ( ଏସ୍‌ ଆଣ୍ଡ ପି) ପକ୍ଷରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଆଉଟଲୁକ୍‌କୁ ଷ୍ଟେବଲ ବା ସ୍ଥିର ରଖାଯାଇଛି। ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଏହା ପୂର୍ବାନୁମାନ କରିଛି। ଭାରତର ସୋଭରେନ ରେଟିଂକୁ ଏହା ଅପରବର୍ତ୍ତିତ ବିବିବି- ରଖିଛି। ଭାରତର ବିକାଶ ହାର ଲଗାତର ଭାବେ ନିମ୍ନଗାମୀ ହେଉଥିବା ବେଳେ ଗୋଟିଏ ଦଶନ୍ଧିର ନିମ୍ନ ସ୍ତରକୁ ଖସିଯିବ ବୋଲି କୁହାଯାଇଛି।

Share