Posted inଖେଳ

ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର

ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ ଖରାପ ସମୟ ଥିଲା ଓ ଏହା ମଧ୍ୟ ଏକ ଚେତାବନୀ ସଦୃଶ ଥିଲା ବୋଲି ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି।
୨୦୧୮ ମେ’ରେ ଲାଙ୍ଗର ଅଷ୍ଟ୍ରେଲିଆର କୋଚ୍‌ ନିଯୁକ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ ଟାଉନ୍‌ ଟେଷ୍ଟରେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଓ ତାଙ୍କ ଡେପୁଟି ଡେଭିଡ ଓ୍ବାର୍ନର ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ତ ହୋଇଥିଲେ। ଏହାପରେ ଲାଙ୍ଗରଙ୍କୁ କୋଚିଂ ଦାୟିତ୍ୱ ମିଳିଥିଲା। ଏହି ଦୁଇ ତାରକା ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ସରିଜ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧିକ ଭାରତ ୨-୧ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ସୃଷ୍ଟି କରିଥିଲା। ଏହା ମୋ ଜୀବନର ସବୁଠାରୁ ଖରାପ୍‌ ସମୟ ଥିଲା ବୋଲି ଲାଙ୍ଗର ସ୍ବୀକାର କରିଛନ୍ତି। ଅବଶ୍ୟ ଏହା ନିର୍ଣ୍ଣାୟକ ସମୟ ଥିଲା ଏହାପରଠାରୁ କୋଚିଂ କ୍ୟାରିୟର ଭିନ୍ନ ମୋଡ ନେଇଥିଲା।
ସେହିପରି ୨୦୦୧ ଆସେଶ ଆରମ୍ଭ ହେବା ପୂର୍ବରୁ ମୋତେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ଦିଆଯାଇଥିଲା। ଏହା ମଧ୍ୟ ମୋ ପାଇଁ ଅନ୍ୟତମ କଷ୍ଟକର ମୁହୂର୍ତ୍ତ ଥିଲା ବୋଲି ଲାଙ୍ଗର କହିଛନ୍ତି। ସାଧାରଣତଃ ୩ ନମ୍ବରରେ ଲାଙ୍ଗର ବ୍ୟାଟିଂ କରିଥାନ୍ତି। ତେବେ ମାଥ୍ୟୁ ହେଡେନଙ୍କ ସହ ତାଙ୍କୁ ଇନିଂସ ଓପନ୍‌ କରିବା ପାଇଁ ଦଳରେ ନିଆଯାଇଥିଲା। ଏହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ପରେ ଲାଙ୍ଗର ଅଷ୍ଟ୍ରେଲିଆର ଅନ୍ୟତମ ସଫଳତମ ଓପନ ସାବ୍ୟସ୍ତ ହୋଇଥିଲେ। ମୋଟ ୨୩ଟି ଶତକ ମଧ୍ୟ ଓପନର ହିସାବରେ ସେ ୧୬ଟି ଶତକ ହାସଲ କରିଥିଲେ। ୨୦୦୧ରେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡିଥିଲି ଓ ସେତେବେଳେ ମୋତେ ୩୧ ବର୍ଷ ହୋଇଥିଲା। ସେତେବେଳେ କ୍ୟାରିୟର ଶେଷ ହେଲା ବୋଲି ଭାବିଥିଲି। ତେବେ ଏହି ଘଟଣା ମୋତେ ଜଣେ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ କ୍ରିକେଟର ଭାବେ ଗଢି ତୋଳିଥିଲା। ପ୍ରତିକୂଳ ପରିସ୍ଥିତି ମଣିଷକୁ ବହୁତ ଶିକ୍ଷା ଦେଇଥାଏ। ଏବେ ମଧ୍ୟ ସାରା ବିଶ୍ୱ କରୋନା ଭାଇରସ୍‌ କାରଣରୁ ପ୍ରତିକୂଳ ପରସ୍ଥିତି ଦେଇ ଗତି କରୁଛି। ସମସ୍ତେ ଏହି ପରିସ୍ଥିତି ସହିତ ସାହାସର ସହିତ ଲଢେଇ ଜାରି ରଖିବା ଉଚିତ। ଏହା ମଣିଷ ଓ ସମାଜକୁ ଆହୁରି ଉତ୍ତମ କରି ଗଢି ତୋଳିବାରେ ସହାୟକ ହେବ ବୋଲି ଲାଙ୍ଗର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri