ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

କେସିଙ୍ଗା,୮।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏହାର ଆଂଶିକ ପ୍ରଭାବ ପଡ଼ିଛି। ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ, ଏନ୍‌ଏସି, ଏଫ୍‌ସିଆଇ, ତହସିଲ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି। ମାତ୍ର ସହରର ସମସ୍ତ ଦୋକାନ ବଜାର ଖୋଲା ଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଦ ଡାକରାରେ କେସିଙ୍ଗା ବ୍ଲକ କଂଗ୍ରେସର ଉପାଧ୍ୟକ୍ଷ ରଜନୀକାନ୍ତ ପୋଢ଼, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ବସୁମତୀ ବାଗ, ଟାଉନ ସଭାପତି ଏ. ସୁରେଶ ରାଉତ, ସୂର୍ଯ୍ୟକାନ୍ତ ଦାସ, ବସନ୍ତ ନାୟକ, ପ୍ରତାପ ବାଗ, ଅଶ୍ୱିନୀ ତାଣ୍ଡି ପ୍ରମୁଖ ସାମିଲ ଥିଲେ।