Posted inଜାତୀୟ

ଭାରତ ପ୍ରତି ଆମେରିକା କୃତଜ୍ଞ: ଟ୍ରମ୍ପ୍‌

ଅହମଦାବାଦ,୨୫ା୨(ପି.ଟି.): ଇସ୍‌ଲାମିକ୍‌ ଆତଙ୍କବାଦରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇଦେଶ ମିଳିତ ଭାବେ ଇସ୍‌ଲାମିକ୍‌ ଆତଙ୍କବାଦର ମୁକାବିଲା କରିବେ ବୋଲି ସୋମବାର ଗୁଜରାଟ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଥିସହିତ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ନୂଆ ସୋପାନକୁ ନେଇଯିବା ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ୍‌ କହିଥିଲେ। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବଢ଼ିବା ସହ ମିଳିତ ସମରାଭ୍ୟାସ କରାଯିବ। ଭାରତର ପ୍ରତିରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ସେନାବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ। ତାଙ୍କ ଦେଶ ଭାରତକୁ ଭଲପାଏ ଓ ଭାରତ ପ୍ରତି କୃତଜ୍ଞ ବୋଲି ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମରେ ଲକ୍ଷାଧିକ ଜନତାଙ୍କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି।
ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ଉପସ୍ଥିତ ଥିଲେ। ଏହି ଅବସରରେ ଟ୍ରମ୍ପ୍‌ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ ଭାରତର ମହାନ୍‌ ପରମ୍ପରା, ବ୍ୟକ୍ତି ସ୍ବାଧୀନତା, ଆଇନର ଶାସନ, ମାନବିକ ମର୍ଯ୍ୟାଦା ଓ ସଦ୍‌ଭାବନାର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଭାରତ ପାଇଁ ଆମେରିକା ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି। ଭାରତର ଉନ୍ନତି ପାଇଁ ମୋଦି ଅହରହ କାର୍ଯ୍ୟ କରିଚାଲିଛନ୍ତି। ଜଣେ ଚା’ ବିକାଳିରୁ ଆଜି ସେ ଏତେ ବଡ଼ ହୋଇପାରିଛନ୍ତି। ଭାରତର ମୋଦିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ମୋଦିଙ୍କ ପାଇଁ ଭାରତରେ ପ୍ରତି ୧୨ ମିନିଟରେ ଜଣେ ଲୋକ ଦାରିଦ୍ର୍ୟ ମୁକ୍ତ ହେଉଛନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ। ନିଜର ଅଭିଭାଷଣରେ ଟ୍ରମ୍ପ୍‌ ଭାରତୀୟ ଚଳଚ୍ଚିତ୍ର ବିଷୟରେ ଅବତାରଣା କରିବା ସହ ସଚିନ ତେନ୍ଦୁଲକରଙ୍କ ଭଳି କ୍ରିକେଟ କିମ୍ବଦନ୍ତୀ ଭାରତ ସୃଷ୍ଟି କରିପାରିଛି ବୋଲି କହିଥିଲେ।
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ୍‌ଙ୍କୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରମ୍ପ୍‌ଙ୍କ ବିମାନ ପହଞ୍ଚତ୍ବାର ୧ ଘଣ୍ଟା ପୂର୍ବରୁ ମୋଦି ସେଠାରେ ପହଞ୍ଚତ୍ଥିଲେ। ଟ୍ରମ୍ପ୍‌ଙ୍କ ବିମାନ ପହଞ୍ଚତ୍ବା ପରେ ମୋଦି ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ। ବିମାନ ବନ୍ଦରରୁ ଉଭୟ ନେତା ସାବରମତି ଆଶ୍ରମ ଅଭିମୁଖେ ବାହାରିଥିଲେ। ସେଠାରେ ଟ୍ରମ୍ପ୍‌ ଦମ୍ପତି ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଗାନ୍ଧିଜୀ ଓ କସ୍ତୁରବା ରହୁଥିବା ପ୍ରକୋଷ୍ଠ ‘ହୃଦୟ କୁଞ୍ଜ’ ଦେଖାଇଥିଲେ। ଟ୍ରମ୍ପ୍‌ ଓ ମେଲାନିଆ ସେଠାରେ ଗାନ୍ଧିଜୀଙ୍କ ଚରଖା ଚଳାଇଥିଲେ ଓ ଆଶ୍ରମ ଛାଡିବା ପୂର୍ବରୁ ଭିଜିଟର ପୁସ୍ତିକାରେ ସ୍ବାକ୍ଷର କରିଥିଲେ। ସେଠାରୁ ଦୀର୍ଘ ୨୨ କିଲୋମିଟର ରୋଡ୍‌ ଶୋ’ରେ ଆସି ମୋଟେରା ଷ୍ଟାଡିୟମରେ ପହଞ୍ଚତ୍ଥିଲେ ଆମେରିକା ରାଷ୍ଟ୍ରପତି। ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ୧ ଲକ୍ଷ ୧୦ ହଜାର ଜନସାଧାରଣ ଉପସ୍ଥିତ ରହି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଥିଲେ। ଷ୍ଟାଡିୟମରେ ଝିଅ ଇଭାଙ୍କା, ଜ୍ୱାଇଁ ଜାରେଡ କୁଶନେର, ତାଙ୍କ ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ମଙ୍ଗଳବାର ଦୁଇଦେଶ ମଧ୍ୟରେ ୩ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷର ହେବା ସହ ଆମେରିକା ଭାରତ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ହେବାକୁ ଯାଉଛି ବୋଲି ଏହି ଅବସରରେ ଟ୍ରମ୍ପ୍‌ ଘୋଷଣା କରିଥିଲେ। ଭାରତ ଓ ଆମେରିକା ମଧ୍ୟରେ ସ୍ବାଭାବିକ ଓ ସ୍ଥାୟୀ ବନ୍ଧୁତା ରହିଥିବା ସେ କହିଥିଲେ। ଭାରତର ସାଂସ୍କୃତିକ ବିବିଧତାଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଓ କ୍ରୀଡ଼ା କ୍ଷେତ୍ରରେ ସଫଳତା ସମ୍ପର୍କରେ ଟ୍ରମ୍ପ୍‌ ଭାଷଣରେ ଉଲ୍ଲେଖ କରିଥିଲେ।
ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କର ନୂଆ ଇତିହାସ ସୃଷ୍ଟି କରିବ ବୋଲି ମୋଦି କହିଥିଲେ। ଆତଙ୍କବାଦ ଦମନରେ ଟ୍ରମ୍ପ୍‌ଙ୍କ ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଟ୍ରମ୍ପ୍‌ଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି। ସପରିବାର ଟ୍ରମ୍ପ୍‌ ଭାରତ ଆସିବା ଦୃଢ଼ ବନ୍ଧୁତାକୁ ସୂଚାଉଛି ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri