ଭାରତ ପାନାସୋନିକର ଫୋକସ୍‌ ବଜାର

ଭାରତର ଅର୍ଥନୈତିକ ଢାଞ୍ଚା ମଜଭୁତ। ବିଭିନ୍ନ କାରଣ ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ମାତ୍ର ଭାରତ ଏକ ଅଭିବୃଦ୍ଧିଶୀଳ ବଜାର । ଘରୋଇ ବଜାରର ଅଭିବୃଦ୍ଧି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପାନାସୋନିକର ଆସୋସିଏଟ ଡାଇରେକ୍ଟର ପି.ଭି. ମୁରାହରିରାଓ କହିଛନ୍ତି। ଭାରତରେ ପାନାସୋନିକ ଏକ ପ୍ରମୁଖ ବ୍ରାଣ୍ଡ ହୋଇଥିବା ବେଳେ କମ୍ପାନୀର ଯୋଜନା ଏବଂ ଗ୍ରାହକକୈନ୍ଦ୍ରକ ପଦକ୍ଷେପ ସମ୍ପର୍କରେ ସେ ‘ଧରିତ୍ରୀ’କୁ ଦେଇଥିବା ସାକ୍ଷାତକାର…
ପରିବର୍ତ୍ତିତ ଗ୍ରାହକ ଚାହିଦା ପୂରଣ ଲାଗି ପାନାସୋନିକ କିଭଳି ପ୍ରସ୍ତୁତ?
– ଗ୍ରାହକଙ୍କ ଚାହିଦାରେ ଏବେ ଦ୍ରୁତ ପରିବର୍ତ୍ତନ ଆସିଛି। ଲୋକମାନେ ଅଧିକ ଫିଚର ଚାହୁଁଛନ୍ତି। ଡିଜିଟାଲ ପ୍ଲାଟଫର୍ମର ଚାହିଦା ବଢିଛି। ପ୍ରିମିୟମ ପ୍ରଡକ୍ଟକୁ ଗ୍ରାହକ ପସନ୍ଦ କରୁଛନ୍ତି। ଉଚିତ ମୂଲ୍ୟରେ ଭଲ ଫିଚର୍‌ ପାଇବା ସମସ୍ତଙ୍କ ଲକ୍ଷ୍ୟ। ଏହାକୁ ନଜରରେ ରଖି ପ୍ରଡକ୍ଟ ଅପ୍‌ଗ୍ରେଡ କରାଯାଉଛି। ଆମର ଟିଭିଗୁଡିକ ଅତ୍ୟାଧୁନିକ ଡିଜିଟାଲ ଫିଚର ସହ ଆସୁଛି। ଏହି ବର୍ଗରେ ୪କେ, ଆଣ୍ଡ୍ରଏଡ, ଇନବିଲ୍‌ଟ ଆପ୍‌, ପାନାସୋନିକର ନିଜସ୍ବ ଟେକ୍ନୋଲୋଜି ସିନୋବି ସିରିଜ୍‌ ସ୍ମାର୍ଟ ସିରିଜ ଟିଭି ଆଣିଛୁ। ହୋମ ଆପ୍ଲାଏନ୍ସ ବର୍ଗରେ କାରବାରକୁ ଦୃଢୀକରଣ ଲକ୍ଷ୍ୟ ରହିଛି। ହାଇ ଏବଂ ପ୍ରିମିୟମ ପ୍ରଡକ୍ଟ ଉପରେ ମଧ୍ୟ ଫୋକସ ରହିଛି। ଗ୍ରାହକଙ୍କୁ ଇକୋନୋମି, ଭାଲ୍ୟୁ, ନ୍ୟୁଟ୍ରିଶନ ରିଟେନଶନ ଭାଲ୍ୟୁ ପ୍ରଦାନ କରାଯାଉଛି। ଟିଭି, ଏୟାର କଣ୍ଡିଶନର ବାଦ ଓ୍ବାଶିଂମେଶିନ ବର୍ଗରେ ବିଭିନ୍ନ ରେଞ୍ଜର ଉପଲବ୍ଧ କରାଇଛୁ। ଏହି ବର୍ଗରେ ଟପ୍‌ଲୋଡ, ଇନବିଲ୍‌ଟ ହିଟର ମଡେଲ ରହିଛି। ସଫ୍ଟକ୍ଲୋଜର ମଡେଲ, ସେମି ଅଟୋମେଟିକ ଓ୍ବାଶିଂ ମଡେଲ ଆଣିଛୁ। ପ୍ରଣ୍ଟଲୋଡ ଓ୍ବାଶିଂମେଶିନ ସହ ଗ୍ରାହକଙ୍କ ଲାଗି ବିସ୍ତୃତ ରେଞ୍ଜରେ ପ୍ରଡକ୍ଟ ଉପଲବ୍ଧ କରାଯାଉଛି। ନଏଡା, ହରିୟାଣାରେ ପ୍ଲାଣ୍ଟ ସହ ବିଭିନ୍ନ ପ୍ରଡକ୍ଟ ଉତ୍ପାଦନ କରୁଛୁ।
– ପାନାସୋନିକ ଲାଗି ଭାରତ ବଜାରକୁ କିଭଳି ଦେଖୁଛନ୍ତି?
– ଭାରତ ବଜାର ପାନାସୋନିକ ଲାଗି ଫୋକସ୍‌ ବଜାର। ଏଠାରେ ଗ୍ରାହକଙ୍କୁ ଗୁଣବତ୍ତା ଏବଂ ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ ଯୋଗାଣକୁ ଧ୍ୟାନରେ ରଖିଛୁ। ପ୍ରଡକ୍ଟ ଉପରେ ଟୋଟାଲ କଷ୍ଟ ସେଭିଂକୁ ଗୁରୁତ୍ୱ ଦିଆଯାଉଛି। ଏସି ଏବଂ ରେଫ୍ରିଜରେଟର ନିର୍ମାଣରେ କମ୍ପାନୀର ୬୦ ବର୍ଷର ଅଭିଜ୍ଞତା ରହିଛି। ପାଓ୍ବାର ସେଭିଂକୁ ମଧ୍ୟ ନଜରରେ ରଖିଛୁ।
– ଗ୍ରାମାଞ୍ଚଳ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କିଭଳି କୌଶଳ ଆପଣାଉଛନ୍ତି?
– ସାରା ଦେଶରେ ସେବା ଯୋଗାଣ ହେଉଛି। ଲାଷ୍ଟ ମାଇଲ କଷ୍ଟମରଙ୍କ ନିକଟରେ ପହଞ୍ଚିବା ଆମର ଲକ୍ଷ୍ୟ। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ପଦକ୍ଷେପ ନେଉଛୁ। ଲୋକଙ୍କ କ୍ରୟ ଶକ୍ତିକୁ ବିଚାର କରି ପ୍ରଡକ୍ଟ ରେଞ୍ଜ ଉପଲବ୍ଧ କରାଉଛୁ। ଚାହିଦା ଏବଂ ପ୍ରୋଫାଇଲ ଆଧାରରେ ପ୍ରଡକ୍ଟ ଡିଜାଇନ କରାଯାଉଛି।
– ଓଡ଼ିଶା ବଜାରରେ କମ୍ପାନୀର କାରବାର କିଭଳି ରହିଛି?
– ଓଡ଼ିଶାରେ ଭଲ କାରବାର କରୁଛୁ। ଗତ ମାସ ଏଠାରେ ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧିଠାରୁ ଉଚ୍ଚରେ ରହି ପ୍ରାୟ ୩୦% ରହିଛି। ଏଠାରେ ଅଧିକ ପ୍ରଡକ୍ଟ ଉପଲବ୍ଧ କରାଇଛୁ। ନୂଆ ନୂଆ ପ୍ରଡକ୍ଟ ଏଠାରେ ଗ୍ରାହକଙ୍କ ଲାଗି ଯୋଡାଯାଉଛି। କେବଳ ଓଡ଼ିଶା ନୁହେଁ ସମଗ୍ର ପୂର୍ବାଞ୍ଚଳରେ କାରବାର ଉଲ୍ଲେଖନୀୟ ରହିଛି। ସାରା ଦେଶରେ ଆମର ଅଭିବୃଦ୍ଧି ୧୦% ରହିଛି। ଏପରି ସ୍ଥିତିରେ ଓଡ଼ିଶା ଏବଂ ଝାଡଖଣ୍ଡ ଭଲ କାରବାର କରୁଛନ୍ତି।
– ଗତ ୩ ବର୍ଷ ମଧ୍ୟରେ ଘରୋଇ ବଜାରରେ ପାନାସୋନିକ କିଭଳି ଚ୍ୟାଲେଞ୍ଜ ସାମ୍ନା କରିଛି?
– ଗତ ୩ ବର୍ଷ ହେବ ଅନେକ ପଦକ୍ଷେପ ନେଇଛୁ। ପୂର୍ବରୁ କେବଳ ହାଇଏଣ୍ଡ ପ୍ରଡକ୍ଟଗୁଡିକ ଆମ ପୋର୍ଟଫୋଲିଓରେ ସାମିଲ ଥିଲା। ଏହି ଧାରାରେ ପରିବର୍ତ୍ତନ ଆଣିଛୁ। ବର୍ତ୍ତମାନ ସବୁ ବର୍ଗକୁ ସୁହାଇଲା ଭଳି ପ୍ରଡକ୍ଟ ସହ ଆମେ ପ୍ରସ୍ତୁତ। ବର୍ତ୍ତମାନ ଡିଲର ଏବଂ ବିତରକ ନେଟଓ୍ବର୍କକୁ ଆହୁରି ଶକ୍ତିଶାଳୀ କରାଯାଉଛି। ଏହା ଦ୍ୱାରା ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ନେଇ ଆଶାବାଦୀ।
– ମାନ୍ଦାବସ୍ଥାକୁ କମ୍ପାନୀର କାରବାରକୁ ପ୍ରଭାବିତ କରୁଛି କି?
ମୋଟାମୋଟି ଭାବେ କହିବାକୁ ଗଲେ ଆମ କାରବାରକୁ ମାନ୍ଦାବସ୍ଥା ପ୍ରଭାବିତ କରିନାହିଁ। ବଜାରରେ ସେମିତି ବିକ୍ରି ହ୍ରାସ ହୋଇନାହିଁ। ଗ୍ରାହକ ଅଫ୍‌ଲାଇନରୁ କିଛିଟା ଅନଲାଇନ କ୍ରୟକୁ ଚୟନ କରିଛନ୍ତି। ଏହା ଏବେ ନୂଆ ଚ୍ୟାଲେଞ୍ଜ ହୋଇଛି। ଆମର ମୋଟ ବିକ୍ରିରେ ଅନ୍‌ଲାଇନର ଅଂଶ ୧୦% ରହିଛି। ଗତ ୩ କିଛି ମାସ ହେବ ବଜାରରେ ସାମାନ୍ୟ ପ୍ରଭାବ ଦେଖା ଦେଖାଯାଇଛି। ମାତ୍ର ମାନ୍ଦାବସ୍ଥା ଦ୍ୱାରା ଏହି ବର୍ଗରେ ସମ୍ପୂର୍ଣ୍ଣ ବଜାର ପ୍ରଭାବିତ ହୋଇଥିବା କହି ହେବ ନାହିଁ। ପାନାସୋନିକ ଅଭିବୃଦ୍ଧିଶୀଳ ବ୍ରାଣ୍ଡ ହୋଇଥିବାରୁ ବଜାର ସ୍ଥିତିକୁ ସାମ୍ନା କରିବାକୁ ସକ୍ଷମ ହୋଇଛି। ଏଥି ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri