ଭାରତ ପାନାସୋନିକର ଫୋକସ୍‌ ବଜାର

ଭାରତର ଅର୍ଥନୈତିକ ଢାଞ୍ଚା ମଜଭୁତ। ବିଭିନ୍ନ କାରଣ ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ମାତ୍ର ଭାରତ ଏକ ଅଭିବୃଦ୍ଧିଶୀଳ ବଜାର । ଘରୋଇ ବଜାରର ଅଭିବୃଦ୍ଧି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପାନାସୋନିକର ଆସୋସିଏଟ ଡାଇରେକ୍ଟର ପି.ଭି. ମୁରାହରିରାଓ କହିଛନ୍ତି। ଭାରତରେ ପାନାସୋନିକ ଏକ ପ୍ରମୁଖ ବ୍ରାଣ୍ଡ ହୋଇଥିବା ବେଳେ କମ୍ପାନୀର ଯୋଜନା ଏବଂ ଗ୍ରାହକକୈନ୍ଦ୍ରକ ପଦକ୍ଷେପ ସମ୍ପର୍କରେ ସେ ‘ଧରିତ୍ରୀ’କୁ ଦେଇଥିବା ସାକ୍ଷାତକାର…
ପରିବର୍ତ୍ତିତ ଗ୍ରାହକ ଚାହିଦା ପୂରଣ ଲାଗି ପାନାସୋନିକ କିଭଳି ପ୍ରସ୍ତୁତ?
– ଗ୍ରାହକଙ୍କ ଚାହିଦାରେ ଏବେ ଦ୍ରୁତ ପରିବର୍ତ୍ତନ ଆସିଛି। ଲୋକମାନେ ଅଧିକ ଫିଚର ଚାହୁଁଛନ୍ତି। ଡିଜିଟାଲ ପ୍ଲାଟଫର୍ମର ଚାହିଦା ବଢିଛି। ପ୍ରିମିୟମ ପ୍ରଡକ୍ଟକୁ ଗ୍ରାହକ ପସନ୍ଦ କରୁଛନ୍ତି। ଉଚିତ ମୂଲ୍ୟରେ ଭଲ ଫିଚର୍‌ ପାଇବା ସମସ୍ତଙ୍କ ଲକ୍ଷ୍ୟ। ଏହାକୁ ନଜରରେ ରଖି ପ୍ରଡକ୍ଟ ଅପ୍‌ଗ୍ରେଡ କରାଯାଉଛି। ଆମର ଟିଭିଗୁଡିକ ଅତ୍ୟାଧୁନିକ ଡିଜିଟାଲ ଫିଚର ସହ ଆସୁଛି। ଏହି ବର୍ଗରେ ୪କେ, ଆଣ୍ଡ୍ରଏଡ, ଇନବିଲ୍‌ଟ ଆପ୍‌, ପାନାସୋନିକର ନିଜସ୍ବ ଟେକ୍ନୋଲୋଜି ସିନୋବି ସିରିଜ୍‌ ସ୍ମାର୍ଟ ସିରିଜ ଟିଭି ଆଣିଛୁ। ହୋମ ଆପ୍ଲାଏନ୍ସ ବର୍ଗରେ କାରବାରକୁ ଦୃଢୀକରଣ ଲକ୍ଷ୍ୟ ରହିଛି। ହାଇ ଏବଂ ପ୍ରିମିୟମ ପ୍ରଡକ୍ଟ ଉପରେ ମଧ୍ୟ ଫୋକସ ରହିଛି। ଗ୍ରାହକଙ୍କୁ ଇକୋନୋମି, ଭାଲ୍ୟୁ, ନ୍ୟୁଟ୍ରିଶନ ରିଟେନଶନ ଭାଲ୍ୟୁ ପ୍ରଦାନ କରାଯାଉଛି। ଟିଭି, ଏୟାର କଣ୍ଡିଶନର ବାଦ ଓ୍ବାଶିଂମେଶିନ ବର୍ଗରେ ବିଭିନ୍ନ ରେଞ୍ଜର ଉପଲବ୍ଧ କରାଇଛୁ। ଏହି ବର୍ଗରେ ଟପ୍‌ଲୋଡ, ଇନବିଲ୍‌ଟ ହିଟର ମଡେଲ ରହିଛି। ସଫ୍ଟକ୍ଲୋଜର ମଡେଲ, ସେମି ଅଟୋମେଟିକ ଓ୍ବାଶିଂ ମଡେଲ ଆଣିଛୁ। ପ୍ରଣ୍ଟଲୋଡ ଓ୍ବାଶିଂମେଶିନ ସହ ଗ୍ରାହକଙ୍କ ଲାଗି ବିସ୍ତୃତ ରେଞ୍ଜରେ ପ୍ରଡକ୍ଟ ଉପଲବ୍ଧ କରାଯାଉଛି। ନଏଡା, ହରିୟାଣାରେ ପ୍ଲାଣ୍ଟ ସହ ବିଭିନ୍ନ ପ୍ରଡକ୍ଟ ଉତ୍ପାଦନ କରୁଛୁ।
– ପାନାସୋନିକ ଲାଗି ଭାରତ ବଜାରକୁ କିଭଳି ଦେଖୁଛନ୍ତି?
– ଭାରତ ବଜାର ପାନାସୋନିକ ଲାଗି ଫୋକସ୍‌ ବଜାର। ଏଠାରେ ଗ୍ରାହକଙ୍କୁ ଗୁଣବତ୍ତା ଏବଂ ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ ଯୋଗାଣକୁ ଧ୍ୟାନରେ ରଖିଛୁ। ପ୍ରଡକ୍ଟ ଉପରେ ଟୋଟାଲ କଷ୍ଟ ସେଭିଂକୁ ଗୁରୁତ୍ୱ ଦିଆଯାଉଛି। ଏସି ଏବଂ ରେଫ୍ରିଜରେଟର ନିର୍ମାଣରେ କମ୍ପାନୀର ୬୦ ବର୍ଷର ଅଭିଜ୍ଞତା ରହିଛି। ପାଓ୍ବାର ସେଭିଂକୁ ମଧ୍ୟ ନଜରରେ ରଖିଛୁ।
– ଗ୍ରାମାଞ୍ଚଳ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କିଭଳି କୌଶଳ ଆପଣାଉଛନ୍ତି?
– ସାରା ଦେଶରେ ସେବା ଯୋଗାଣ ହେଉଛି। ଲାଷ୍ଟ ମାଇଲ କଷ୍ଟମରଙ୍କ ନିକଟରେ ପହଞ୍ଚିବା ଆମର ଲକ୍ଷ୍ୟ। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ପଦକ୍ଷେପ ନେଉଛୁ। ଲୋକଙ୍କ କ୍ରୟ ଶକ୍ତିକୁ ବିଚାର କରି ପ୍ରଡକ୍ଟ ରେଞ୍ଜ ଉପଲବ୍ଧ କରାଉଛୁ। ଚାହିଦା ଏବଂ ପ୍ରୋଫାଇଲ ଆଧାରରେ ପ୍ରଡକ୍ଟ ଡିଜାଇନ କରାଯାଉଛି।
– ଓଡ଼ିଶା ବଜାରରେ କମ୍ପାନୀର କାରବାର କିଭଳି ରହିଛି?
– ଓଡ଼ିଶାରେ ଭଲ କାରବାର କରୁଛୁ। ଗତ ମାସ ଏଠାରେ ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧିଠାରୁ ଉଚ୍ଚରେ ରହି ପ୍ରାୟ ୩୦% ରହିଛି। ଏଠାରେ ଅଧିକ ପ୍ରଡକ୍ଟ ଉପଲବ୍ଧ କରାଇଛୁ। ନୂଆ ନୂଆ ପ୍ରଡକ୍ଟ ଏଠାରେ ଗ୍ରାହକଙ୍କ ଲାଗି ଯୋଡାଯାଉଛି। କେବଳ ଓଡ଼ିଶା ନୁହେଁ ସମଗ୍ର ପୂର୍ବାଞ୍ଚଳରେ କାରବାର ଉଲ୍ଲେଖନୀୟ ରହିଛି। ସାରା ଦେଶରେ ଆମର ଅଭିବୃଦ୍ଧି ୧୦% ରହିଛି। ଏପରି ସ୍ଥିତିରେ ଓଡ଼ିଶା ଏବଂ ଝାଡଖଣ୍ଡ ଭଲ କାରବାର କରୁଛନ୍ତି।
– ଗତ ୩ ବର୍ଷ ମଧ୍ୟରେ ଘରୋଇ ବଜାରରେ ପାନାସୋନିକ କିଭଳି ଚ୍ୟାଲେଞ୍ଜ ସାମ୍ନା କରିଛି?
– ଗତ ୩ ବର୍ଷ ହେବ ଅନେକ ପଦକ୍ଷେପ ନେଇଛୁ। ପୂର୍ବରୁ କେବଳ ହାଇଏଣ୍ଡ ପ୍ରଡକ୍ଟଗୁଡିକ ଆମ ପୋର୍ଟଫୋଲିଓରେ ସାମିଲ ଥିଲା। ଏହି ଧାରାରେ ପରିବର୍ତ୍ତନ ଆଣିଛୁ। ବର୍ତ୍ତମାନ ସବୁ ବର୍ଗକୁ ସୁହାଇଲା ଭଳି ପ୍ରଡକ୍ଟ ସହ ଆମେ ପ୍ରସ୍ତୁତ। ବର୍ତ୍ତମାନ ଡିଲର ଏବଂ ବିତରକ ନେଟଓ୍ବର୍କକୁ ଆହୁରି ଶକ୍ତିଶାଳୀ କରାଯାଉଛି। ଏହା ଦ୍ୱାରା ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ନେଇ ଆଶାବାଦୀ।
– ମାନ୍ଦାବସ୍ଥାକୁ କମ୍ପାନୀର କାରବାରକୁ ପ୍ରଭାବିତ କରୁଛି କି?
ମୋଟାମୋଟି ଭାବେ କହିବାକୁ ଗଲେ ଆମ କାରବାରକୁ ମାନ୍ଦାବସ୍ଥା ପ୍ରଭାବିତ କରିନାହିଁ। ବଜାରରେ ସେମିତି ବିକ୍ରି ହ୍ରାସ ହୋଇନାହିଁ। ଗ୍ରାହକ ଅଫ୍‌ଲାଇନରୁ କିଛିଟା ଅନଲାଇନ କ୍ରୟକୁ ଚୟନ କରିଛନ୍ତି। ଏହା ଏବେ ନୂଆ ଚ୍ୟାଲେଞ୍ଜ ହୋଇଛି। ଆମର ମୋଟ ବିକ୍ରିରେ ଅନ୍‌ଲାଇନର ଅଂଶ ୧୦% ରହିଛି। ଗତ ୩ କିଛି ମାସ ହେବ ବଜାରରେ ସାମାନ୍ୟ ପ୍ରଭାବ ଦେଖା ଦେଖାଯାଇଛି। ମାତ୍ର ମାନ୍ଦାବସ୍ଥା ଦ୍ୱାରା ଏହି ବର୍ଗରେ ସମ୍ପୂର୍ଣ୍ଣ ବଜାର ପ୍ରଭାବିତ ହୋଇଥିବା କହି ହେବ ନାହିଁ। ପାନାସୋନିକ ଅଭିବୃଦ୍ଧିଶୀଳ ବ୍ରାଣ୍ଡ ହୋଇଥିବାରୁ ବଜାର ସ୍ଥିତିକୁ ସାମ୍ନା କରିବାକୁ ସକ୍ଷମ ହୋଇଛି। ଏଥି ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri