ଭାରତ-ପାକିସ୍ତାନ ମ୍ୟାଚ୍‌ ଭାରତ ଆର୍ମି ପାଇଁ ସ୍ବତନ୍ତ୍ର

ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍‌ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍‌ ପୂର୍ବରୁ ଏକ ମେସେଜ ଦେଇଛନ୍ତି। ଏହା କେବଳ ଏକ ମ୍ୟାଚ୍‌। ଗୋଟିଏ ଛାତ ତଳେ ଆମେ ଏକାଠି ହୋଇ ମ୍ୟାଚ୍‌ ଉପଭୋଗ କରିବା ବୋଲି ପାକିସ୍ତାନ ପ୍ରଶଂସକଙ୍କୁ ଭାରତ ଆର୍ମି ପକ୍ଷରୁ କୁହାଯାଇଛି। ଦ ଓଲ୍ଡ ଟ୍ରାଫର୍ଡ କ୍ରିକେଟ ଗ୍ରାଉଣ୍ଡର ଦର୍ଶକଙ୍କ ଦକ୍ଷତା ୨୬ ହଜାର। ଏପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ବିଶ୍ୱକପ୍‌ ଲାଗି ଭାରତ ଆର୍ମିର ପ୍ରାୟ ୧୧ ହଜାର ସଦସ୍ୟ ଇଂଲଣ୍ଡ ଓ ଓ୍ବେଲ୍ସରେ ପହଞ୍ଚତ୍ ସାରିଛନ୍ତି। ପ୍ରତ୍ୟେକ ସଦସ୍ୟ ମାଞ୍ଚେଷ୍ଟର ଗ୍ରାଉଣ୍ଡକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ବିପକ୍ଷ ମୁକାବିଲା ଏହି ଗ୍ରୁପ ପାଇଁ ଏକ ସ୍ବତନ୍ତ୍ର ମ୍ୟାଚ୍‌। କାର୍ଗିଲ ଯୁଦ୍ଧ ପରେ ୧୯୯୯ ବିଶ୍ୱକପ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ସମାନ ଭେନ୍ୟୁରେ ଜୁନ ୮ ତାରିଖରେ ଭାରତ ଆର୍ମି ଗଠନ ହୋଇଥିଲା।

Share