Posted inଖେଳ

ଭାରତ, ପାକିସ୍ତାନ ଉଭୟ ଦେଶ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଏହି ୩ କ୍ରିକେଟର

କ୍ରିକେଟର ସବୁଠୁ ବଡ ପ୍ଲାଟଫର୍ମ ହେଉଛି ଟେଷ୍ଟ କ୍ରିକେଟ। ତେବେ କ୍ରିକେଟର ସବୁଠୁ ରୋମାଞ୍ଚକ ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଏ। ଟେଷ୍ଟ ହେଉ କି ଏକଦିବସୀୟ ଉଭୟ ଦେଶ ମଧ୍ୟରେ ମ୍ୟାଚ୍‌ ଚାଲିରେ ସାରା ବିଶ୍ୱର ନଜର ରହିଥାଏ। ଏମିତି ୩ ଜଣ କ୍ରିକେଟର ଅଛନ୍ତି, ଯେଉଁମାନେ ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।
ଅବଦୁଲ ହଫିଜ କାର୍ଦ୍ଦାର
ଅବିଭାଜିତ ଭାରତର ଲାହୋରରେ ଜନ୍ମ ହୋଇଥିଲେ ଅବଦୁଲ ହଫିଜ କାର୍ଦ୍ଦାର। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆରେ ବି ସାମିଲ ଥିଲେ। ତେବେ ମହମ୍ମଦ ଜିନ୍ନାଙ୍କ ସମର୍ଥକ କାର୍ଦ୍ଦାର ଦେଶ ବିଭାଜନବେଳେ ପାକିସ୍ତାନ ପଟେ ରହିଯାଇଥିବାବେଳେ ପରେ ତାଙ୍କୁ ପାକିସ୍ତାନ ଦଳର ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୨-୫୩ରେ କାର୍ଦ୍ଦାର ତାଙ୍କ ଟିମ ସହ ଭାରତ ଗସ୍ତ କରିବା ସହିତ ଲାଲା ଅମରନାଥଙ୍କ ଟିମ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା। ଦିଲ୍ଲୀ ଓ ବମ୍ବେ ଟେଷ୍ଟ ଜିତି ଭାରତ ନିଜ ନାମରେ ସିରିଜ କରିଥିବାବେଳେ ଲକ୍ଷ୍ନୌ ଟେଷ୍ଟରେ ପାକିସ୍ତାନ ବିଜୟୀ ହୋଇଥିଲା।

ଅମିର ଇଲ୍ଲାହି
ସେହିପରି ଅନ୍ୟ ଜଣେ କ୍ରିକେଟର ହେଲେ ଅମିର ଇଲ୍ଲାହି। ଅବିଭାଜିତ ଭାରତର ଲାହୋରରେ ଜନ୍ମିତ ଇଲାହି ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ। ୧୯୫୨-୫୩ରେ ପାକିସ୍ତାନକୁ ଟେଷ୍ଟ ଟିମ୍‌ ମାନ୍ୟତା ମିଳିବା ପରେ ସେ ପାକିସ୍ତାନ ପାଇଁ ଖେଳିଥିଲେ।

ଗୁଲ ମହମ୍ମଦ
ଗୁଲ ମହମ୍ମଦ ମଧ୍ୟ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ବାମହାତୀ ଆକ୍ରମକ ବ୍ୟାଟ୍ସମ୍ୟାନ ଗୁଲ ୧୯୫୨-୫୩ରେ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ପରେ ୧୯୫୫ ମସିହାରେ ସେ ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବା ପରେ ପାକିସ୍ତାନ ଦଳ ପାଇଁ ଖେଳିଥିଲେ। କ୍ରିକେଟ କ୍ୟାରିୟର ସମାପ୍ତ ହେବା ପରେ ସେ ପାକ କ୍ରିକେଟ ପ୍ରଶାସନରେ ରହିବା ସହ ପ୍ରଥମେ କୋଚ ଓ ପରେ ଗଦ୍ଦାଫି ଷ୍ଟାଡିୟମର ନିର୍ଦ୍ଦେଶକ ମଣ୍ଡଳିରେ ଦୀର୍ଘ ବର୍ଷ ଧରି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri