ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚକୁ ନେଇ ବେଟିଂ

କଟକ ଅଫିସ, ୧୧।୭: ଇଂଲଣ୍ଡର ମାଞ୍ଚେଷ୍ଟର ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଖେଳାଯାଉଥିବା ବିଶ୍ୱକପ୍‌ କ୍ରିକେଟ୍‌ର ସେମିଫାଇନାଲ ମ୍ୟାଚ୍‌କୁ ନେଇ କଟକରେ ବେଟିଂ କାରବାର ଚାଲିଥିଲା। ଏଥିରେ ବହୁ ଲୋକ ଟଙ୍କା ଲଗାଇଥିବା ବେଳେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ପୋଲିସ ସୂଚନା ପାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀଘାଟ ପୋଲିସ ସ୍ଥାନୀୟ ଅଞ୍ଚଳରେ ଚଢାଉ କରି ଏଭଳି ଏକ ବେଟିଂ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ମାଣିକଘୋଷ ବଜାର ଅଞ୍ଚଳର ଅମିତ ଅଗ୍ରୱାଲ, ବାଖରାବାଦ ଅଞ୍ଚଳର ଅଙ୍କିତ ଅଗ୍ରୱାଲ ଓ ହରିପୁର ଅଞ୍ଚଳର ଅନିଲ ତିପାନି। ସେମାନଙ୍କଠାରୁ ପୋଲିସ ୫ଟି ମୋବାଇଲ, ଗୋଟିଏ ଲାପ୍‌ଟପ, ଦୁଇଟି ଡେକ୍ସଟପ୍‌ ଜବତ କରିଛି। ଏ ନେଇ ଥାନାରେ ଆଇପିସି ଦଫା ୪୨୦, ୨୯୪(ଏ), ୧୨୦(ବି) ଏବଂ ଲଟେରି ରେଗୁଲେଶନ ଆକ୍ଟ ୭ରେ ଏକ ମାମଲା(ନଂ.୧୩୯/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ପୁରୀଘାଟ ଅଞ୍ଚଳର ଏକ ଘରେ ବେଟିଂ କାରବାର ଚାଲିଥିବା ପୋଲିସ ସୂଚନା ପାଇଥିଲା। ପରେ ପୋଲିସ ସେଠାରେ ଚଢାଉ କରି ମୋବାଇଲ ଏବଂ କମ୍ପ୍ୟୁଟର ଯାଞ୍ଚ କରିବାରୁ ସେମାନେ ବେଟିଂ କରୁଥିବା ଜାଣିବାକୁ ପାଇଥିଲା। ପରେ ପୋଲିସ ଲାପଟପ୍‌ ଓ ମୋବାଇଲକୁ ଜବତ କରିବା ସହ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ପରେ ଜଣାପଡ଼ିଥିଲା ଯେ, ସେମାନେ ଉକ୍ତ ଲାପ୍‌ଟପ୍‌ ସାହାଯ୍ୟରେ କ୍ରିକେଟ ବିଶ୍ୱକପ୍‌ ଉପରେ ଅନ୍‌ଲାଇନ ବେଟିଂ କରୁଥିଲେ। ଟଙ୍କା ଲଗାଉଥିବା ଲୋକଙ୍କ ସହିତ କୋଡ୍‌ ୱାର୍ଡରେ କଥାବାର୍ତ୍ତା ଚାଲିଥିଲା। କେତେ ଟଙ୍କା, କାହା ଉପରେ ଟଙ୍କା ଲଗାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବରେ କୋଡ୍‌ ୱାର୍ଡରେ କଥାବାର୍ତ୍ତା ଚାଲିଥିଲା। ବେଟିଂ ଲଗାଇବାର ଗୋଟିଏ ଅବା ଦୁଇଦିନ ପରେ ସେମାନେ ଅନ୍‌ଲାଇନ୍‌ରେ ଟଙ୍କା କାରବାର କରୁଥିଲେ ବୋଲି ପୋଲିସ ନିକଟରେ ମାନିଥିଲେ। ଏହି ବେଟିଂରେ ସେମାନଙ୍କ ସହିତ କଟକ ସମେତ ଓଡ଼ିଶାର କେତେକ ଜିଲାର ଲୋକ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଯେହେତୁ କୋଡ୍‌ ୱାର୍ଡରେ କାରବାର ଚାଲିଛି ତାହା କେତେ ଟଙ୍କାର କାରବାର ତାହା ସ୍ପଷ୍ଟ ଆକଳନ ହୋଇପାରି ନାହିଁ। ତେବେ ଏ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri