Posted inଖେଳ

ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ ଘୋଷଣା

ନୂଆଦିଲ୍ଲୀ,୨ା୩- ଆଗାମୀ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଲାଗି ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଦଳକୁ ସିନିୟର ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡର ଡୁସେନ ଫେରିଛନ୍ତି। ପ୍ରଥମ ପସନ୍ଦ ସ୍ପିନର ତାବ୍ରିଜ ଶାମ୍‌ସିଙ୍କ ବଦଳରେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି। ୨୮ ବର୍ଷୀୟ ଶାମ୍‌ସି ବାପା ହେବାକୁ ଯାଉଥିବାରୁ ଏହି ସିରିଜରୁ ଓହରିଯାଇଛନ୍ତି। ଆଇସିସି ବିଶ୍ୱକପ୍‌ ପରଠାରୁ ଡୁପ୍ଲେସି ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳିନାହାନ୍ତି। ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଇତିମଧ୍ୟରେ ସେ ଦଳର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଫଳରେ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡିକକ୍‌ ସମସ୍ତ ଫର୍ମାଟରେ ଅଧିନାୟକ ହୋଇଛନ୍ତି। ଅନ୍ୟପକ୍ଷରେ ଡୁସେନ ଗତବର୍ଷଠାରୁ ମଧ୍ୟକ୍ରମରେ ନିଜ ସ୍ଥାନ ପକ୍କା କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିଥିଲେ। କିନ୍ତୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଦୁଇ ଜଣଙ୍କ ଅନୁପସ୍ଥିତିରେ ହେନ୍‌ରିଚ କ୍ଲାସେନ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ପଦାର୍ପଣକାରୀ କାଇଲ ଭରନେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଦୁଇ ଜଣ ବ୍ୟାଟ୍ସମ୍ୟାନ ନିଜ ସ୍ଥାନ ବଜାୟ ରଖିଛନ୍ତି। ଶନିବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳିଥିବା ଜାନେମନ ମଲାନଙ୍କୁ ବାଦ୍‌ ଦିଆଯାଇଛି। ଦଳରେ ସ୍ଥାନ ପାଇଁ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଭଳି ସମସ୍ୟା ଚୟନକର୍ତ୍ତାଙ୍କ ପାଇଁ ଭଲ। ଭାରତ ଭଳି ଚ୍ୟାଲେଞ୍ଜିଂ ଗସ୍ତ ଲାଗି ଦଳ ଚୟନରେ ସନ୍ତୁଷ୍ଟ। ଗତବର୍ଷ ସେଠାରେ ଟି୨୦ ଫର୍ମାଟରେ ଦଳର କିଛି ଖେଳାଳି ଭଲ ପ୍ରଦର୍ଶନ କରିଥତ୍ଲେ। ସେମାନଙ୍କୁ ପୁଣି ସୁଯୋଗ ମିଳିଛି। ଜର୍ଜ ଲିଣ୍ଡେଙ୍କ ଭଳି ସ୍ପିନରଙ୍କୁ ଆମେ ସୁଯୋଗ ଦେଇଛୁ। ତାଙ୍କୁ ଭାରତୀୟ ସ୍ଥିତି ସୁହାଇବ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ସ୍ବାଧୀନ ଚୟନକର୍ତ୍ତା ଲିଣ୍ଡା ଜୋଣ୍ଡି କହିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡିକକ୍‌(ଅଧିନାୟକ), ତେମ୍ବା ବାଭୁମା, ରାସି ଭାନ୍‌ ଡର ଡୁସେନ, ଫାଫ୍‌ ଡୁପ୍ଲେସି, କାଇଲ ଭରନେ, ହେନ୍‌ରିଚ କ୍ଲାସେନ, ଡେଭିଡ ମିଲର, ଜନ୍‌ ଜନ୍‌ ସ୍ମୁଟ୍ସ, ଆଣ୍ଡିଲେ ଫେଲୁକ୍ୱାୟୋ, ଲୁଙ୍ଗି ଏନ୍‌ଗିଡି, ଲୁଥୋ ସିପାମଲା, ବେଉରାନ ହେଣ୍ଡ୍ରିକ୍ସ, ଅନ୍‌ରିଚ ନର୍ଟଜେ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri