Posted inଖେଳ

ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ପ୍ରୋଭିଡେନ୍ସ (ଗୁୟାନା),୮।୮(ପି.ଟି.)- ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟି୨୦ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିବା ପରେ ବିଜୟରୁ ଦିନିକିଆ ସିରିଜ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଓ ରୋହିତ ଶର୍ମାଙ୍କ ପରେ ଧାଓ୍ବନ ଭାରତ ତୃତୀୟ ଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହେଉଛନ୍ତି। ୧୩୦ଟି ଦିନିକିଆ ମ୍ୟାଚ୍‌ ଖେଳି ଧାଓ୍ବନ ୧୭ଟି ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ଧାଓ୍ବନ ଇନିଂସ ଓପନ୍‌ କରିବେ। ଫଳରେ ଲୋକେଶ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବା ଆଶା କରାଯାଉଛି। କେଦାର ଯାଦବ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିବେ। ତେବେ ଏହା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅଧିନାୟକ କିପରି ବ୍ୟବହାର କରିବେ ତାହା ଉପରେ ନିର୍ଭର କରୁଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ମଧ୍ୟରୁ କିଏ ମିଡଲ ଅର୍ଡରରେ ବ୍ୟାଟିଂ କରିବ ତାହା କହିବା ଅବଶ୍ୟ କଷ୍ଟକର। ତେବେ ଟିମ୍‌ ମ୍ୟାନେଜମେଣ୍ଟ ଆୟରଙ୍କୁ ଅପେକ୍ଷାକୃତ ଅଧିକ ସୁଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିବାକୁ ଚାହିଁବ।
ବୋଲିଂରେ ଭୁବନେଶ୍ୱର କୁମାର ଦୁଇଟି ଦେଶରେ ଗତ ସପ୍ତାହରେ ୩ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଫଳରେ ତାଙ୍କୁ ବିଶ୍ରାମ ଦିଆଯାଇ ମହମ୍ମଦ ସାମିଙ୍କୁ ସୁଯୋଗ ଦିଆଯିବା ଆଶା କରାଯାଉଛି। ସେ ଦ୍ରୁତ ବୋଲି ବିଭାଗର ନେତୃତ୍ୱ ନେବେ। ନବଦୀପ ସଇନି ଦିନିକିଆରେ ପଦାର୍ପଣ କରିବା ନିଶ୍ଚିତ ମନେ ହେଉଛି। ଗତ ବିଶ୍ୱକପ୍‌ରେ ଭାରତ ହଟ୍‌ ଫେଭରାଇଟ୍‌ ମନେହେଉଥିଲେ ମଧ୍ୟ ଅପ୍ରତ୍ୟାଶିତ ଭାବେ ନ୍ୟୁଜିଲାଣ୍ଡଠାରୁ ହାରି ବିଦାୟ ନେଇଥିଲା। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରି ଭାରତ ଲୟ ଫେରିପାଇଛି। ବିଶ୍ୱକପ୍‌ ବିପର୍ଯ୍ୟୟ ମନରୁ ଲିଭି ନ ଥିଲେ ମଧ୍ୟ ଭାରତ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଉପସ୍ଥିତି ସତ୍ତ୍ୱେ ଟି୨୦ ଭଳି ଦିନିକିଆ ମଧ୍ୟ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।
ତାରକା ଓପନର ରୋହିତ ଶର୍ମା ତାଙ୍କ ଦମ୍‌ଦାର ଫର୍ମ ଜାରି ରଖିବା ଆଶା କରାଯାଉଛି। ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରି ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ବିଶ୍ୱକପ୍‌ରେ ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିବା ପରେ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇବା କାରଣରୁ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ। ବିଶ୍ୱକପ୍‌ରେ କୋହଲି ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ଓ ଏହି ସିରିଜରେ ମଧ୍ୟ ତାହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ସୀମିତ ଓଭର ଫର୍ମାଟରେ ତାଙ୍କ ନେତୃତ୍ୱକୁ ନେଇ କେତେକ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଥିଲେ। ଗୋଟିଏ ଖରାପ ଦିନ ଓ ଇନିଂସ କୋହଲିଙ୍କ ବିଶ୍ୱକପ୍‌ ଆଶାକୁ ଧୂଳିସାତ୍‌ କରିଥିଲା। ଅବଶ୍ୟ ବିଶ୍ୱକପ୍‌ ଓ ଓ୍ବେଷ୍ଟଇଣ୍ଡିଜ୍‌ରେ ଦିନିକିଆ ସିରଜ୍‌ ଖେଳିବା ଭିନ୍ନ କଥା। ଦଳର ଦମ୍‌ଦାର ପ୍ରଦର୍ଶନରେ କୋହଲି ନିଶ୍ଚିତ ସନ୍ତୁଷ୍ଟ ଥିବେ। ବ୍ୟାଟିଂରେ ପନ୍ତ ଓ ବୋଲିଂରେ କ୍ରୁନାଲ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ କୋହଲି ପ୍ରଭାବିତ ହୋଇଥିବେ। ଏହି ଦୁଇ ଖେଳାଳିଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ଟି୨୦ ସିରିଜରେ କ୍ରୁନାଲ ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାସର ଶିକାର ହୋଇଥିଲେ ମଧ୍ୟ ଗେଲ ଦଳକୁ ଫେରିଥିବାରୁ ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ବିଶ୍ୱକପ୍‌ ଅବସରରେ ଗେଲ ଭାରତ ବିପକ୍ଷ ଦିନିକିଆ ସିରିଜ ତାଙ୍କର ଶେଷ ସିରିଜ ହେବ ବୋଲି ଘୋଷଣା କରିଥିଲେ। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ୍‌, ରୋଷ୍ଟନ ଚେଜ ଓ ଅଲରାଉଣ୍ଡର କିମୋ ପଲ ୧୪ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ୧୧ ଓ ୧୪ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଘରୋଇ ପରିବେଶରୁ ଫାଇଦା ଉଠାଇ ଓ୍ବେଷ୍ଟଇଣ୍ଡିଜ ଭାରତକୁ ଚକ୍‌ମା ଦେବା ଲକ୍ଷ୍ୟରେ ରହିଛି। ଫଳରେ ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀବ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ, ଜନ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।
ସ୍ଥାନ : ଗୁୟାନା
ସମୟ: ସନ୍ଧ୍ୟା ୭ଟା
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri