Posted inଜାତୀୟ

ଭାରତ-ଅଷ୍ଟ୍ରେଲିଆ ବଡ଼ ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୫ା୬(ପି.ଟି.):ଭାରତ ମହାସାଗର ଅଞ୍ଚଳରେ ଚାଇନା ନିଜର ଶକ୍ତି ବୃଦ୍ଧି କରିଚାଲିଥିବାରୁ ଏହାକୁ ନଜରରେ ରଖି ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ମଧ୍ୟରେ ପ୍ରତିରକ୍ଷା ସହଯୋଗ ଲାଗି ହାତ ବଢ଼ାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ ମୋରିସନଙ୍କ ମଧ୍ୟରେ ଗୁରୁବାର ଅନ୍‌ଲାଇନ୍‌ ସମିଟ୍‌ ପରେ ଦୁଇ ଦେଶ ମଧ୍ୟରେ ଐତିହାସିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ମ୍ୟୁଚୁଆଲ୍‌ ଲଜିଷ୍ଟିକ୍ସ ସପୋର୍ଟ ଏଗ୍ରିମେଣ୍ଟ (ଏମ୍‌ଏଲ୍‌ଏସ୍‌ଏ) ଅନୁଯାୟୀ ଉଭୟ ଦେଶ ମରାମତି ଏବଂ ଯୋଗାଣ ଭରିବା ପାଇଁ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିବା ସହ ପ୍ରତିରକ୍ଷା ସହଯୋଗ ବଢ଼ାଇବା ଲାଗି ସୁବିଧା ଯୋଗାଇଦେବେ। ପୂର୍ବରୁ ଆମେରିକା, ଫ୍ରାନ୍ସ ଏବଂ ସିଙ୍ଗାପୁର ସହ ଭାରତ ଏଭଳି ସାମରିକ ସହଯୋଗ ଚୁକ୍ତି ସ୍ବାକ୍ଷର କରିଛି। ଏଥିସହିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଅନ୍ୟ ୬ଟି ଚୁକ୍ତି ସ୍ବାକ୍ଷର ହୋଇଛି। ମୁଖ୍ୟତଃ ସାଇବର ଏବଂ ସାଇବର ସହ ସମ୍ପୃକ୍ତ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି, ଧନ୍ଦାମୂଳକ ଶିକ୍ଷା, ଜଳ ସମ୍ପଦର ପରିଚାଳନା ଆଦି କ୍ଷେତ୍ରରେ ସହଯୋଗ ଏହି ଚୁକ୍ତିନାମା ସ୍ବାକ୍ଷରର ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମୋରିସନଙ୍କ ମଧ୍ୟରେ ଆତଙ୍କବାଦ ସମସ୍ୟା, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ, ବିଶ୍ୱ ବାଣିଜ୍ୟ ସଂଗଠନରେ ସଂସ୍କାର ଏବଂ କରୋନା ମହାମାରୀ ସଙ୍କଟରୁ ବର୍ତ୍ତିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଭାରତ-ଅଷ୍ଟ୍ରେଲିଆ ଦ୍ୱୈତ ଟିକସ ପରିହାର ଚୁକ୍ତିନାମା (ଡିଟିଏଏ) ଦ୍ୱାରା ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକର ଦରିଆପାରି ଆୟ ଉପରେ ଟିକସ ବସାଯାଉଥିବାରୁ ଏହାର ଶୀଘ୍ର ସମାଧାନ ଲାଗି ଆଲୋଚନା ହୋଇଥିଲା। ଏଥିସହିତ ଦ୍ୱିପାକ୍ଷିକ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତିନାମା (ସିଇସିଏ) ଉପରେ ପୁନର୍ବାର ଆଲୋଚନା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ଆତଙ୍କବାଦ ବଡ଼ ବିପଦ ଭାବେ ରହିଆସିଥିବା ଉଭୟ ଦେଶ ସ୍ବୀକାର କରିବା ସହ ସବୁ ପ୍ରକାର ଆତଙ୍କବାଦକୁ କଠୋର ଶବ୍ଦରେ ନିନ୍ଦା କରିଥିଲେ। ଆତଙ୍କବାଦ, ହିଂସ୍ର ଉଗ୍ରବାଦ ଓ ମୌଳବାଦ ବିରୋଧରେ ଲଢ଼େଇରେ ଉଭୟ ଦେଶ ସହଯୋଗ କରିବା ଲାଗି ମିଳିତ ବିବୃତିରେ କୁହାଯାଇଛି। ଆତଙ୍କବାଦକୁ ଆର୍ଥିକ ସହାୟତା ବନ୍ଦ କରିବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦୁଇନେତା ସହମତି ହୋଇଛନ୍ତି।
କରୋନା ମହାମାରୀରେ ସାରା ବିଶ୍ୱରୁ ପାଖାପାଖି ୬୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩.୮୮ ଲକ୍ଷଙ୍କ ଜୀବନ ଗଲାଣି। ଏହା ମହାମାରୀ ସମସ୍ତ ଦେଶର ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ସମାଜ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଏଥିରୁ ମୁକୁଳିବା ଲାଗି ସହାୟତା ତଥା ଏକ ସହଯୋଗପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ସହଯୋଗିତା ବ୍ୟବସାୟ ପରିଚାଳନା ଲାଗି ଏକ ନୂଆ ମଡେଲ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କୌଣସି ବିଦେଶ ନେତାଙ୍କ ସହ ଏହା ମୋଦିଙ୍କର ପ୍ରଥମ ଅନ୍‌ଲାଇନ ଦ୍ୱିପାକ୍ଷିକ ସମିଟ୍‌। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ କରୋନା ସଙ୍କଟ ପରିଚାଳନାରେ ବିଶ୍ୱ ସ୍ତରରେ ପରସ୍ପର ସହଯୋଗ ଲାଗି ଭାରତର ପ୍ରଧାନମନ୍ତ୍ରୀଙ୍କ ଗଠନମୂଳକ ତଥା ସକାରାତ୍ମକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଷ୍ଟ୍ରେଲିଆ ସହ ସମ୍ପର୍କ ବୃଦ୍ଧି ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ। ଏହା କେବଳ ଦୁଇଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ସମଗ୍ର ବିଶ୍ୱ ଲାଗି ଜରୁରୀ ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri