Posted inଖେଳ

ଭାରତୀୟ କ୍ରିକେଟ ଖେଳାଳିଙ୍କ ଗୁରୁ, ଯାହାଙ୍କ ବିନା ସଫଳତା ପାଇବା ଥିଲା ଅସମ୍ଭବ

ଆଜି ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ଜଣେ ଗୁରୁଙ୍କ ବିନା ଜୀବନରେ ସଫଳତା ପାଇବା ଅସମ୍ଭବ। ଜୀବନରେ ଆଗକୁ ବଢିବାକୁ ହେଲେ ଜଣେ ମାର୍ଗଦର୍ଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ମଧ୍ୟ ସେମିତି ଗୁରୁ-ଶିଷ୍ୟ ପରମ୍ପରା ଅତୁଟ ରହିଛି। ସେମିତି କିଛି ଗୁରୁ-ଶିଷ୍ୟ ଯୋଡିଙ୍କ ବିଷୟରେ ଜାଣନ୍ତୁ

ସଚିନ ତେନ୍ଦୁଲକର-ରାମାକାନ୍ତ ଆଚରେକର
ସଚିନ ତେନ୍ଦୁଲକରଙ୍କ ଏତେ ବଡ ସଫଳତା ପଛରେ ରମାକାନ୍ତ ଆଚରେକରଙ୍କ ଅବଦାନ ଅତୁଳନୀୟ। ଆରମ୍ଭରୁ ସଚିନ ଆଚରକେରଙ୍କଠାରୁ କ୍ରିକେଟ ଶିଖିଥିଲେ। ସ୍କୁଲରେ ପଢିବା ବେଳେ ସଚିନଙ୍କ ଭାଇ ଅଜିତ୍‌ ତେନ୍ଦୁଲକର ତାଙ୍କୁ ଆଚରେକରଙ୍କ ସହ ସାକ୍ଷାତ କରାଇଥିଲେ। ଆଚରେକର ସେତେବେଳେ ମୁମ୍ବାଇର ଶିବାଜୀ ପାର୍କରେ ଏକ କ୍ରିକେଟ ଏକାଡେମୀ ଚଳାଉଥିଲେ। ଶିବାଜୀ ପାର୍କରେ ସାକ୍ଷାତ ପରେ ସଚିନ ଏବଂ ଆଚେରକରଙ୍କ ମଧ୍ୟରେ ଗୁରୁ-ଶିଶ୍ୟ ସମ୍ପର୍କ ଗଢି ଉଠିଥିଲା।ସଚିନଙ୍କଠାରେ ଅସାଧାରଣ ପ୍ରତିଭା ଦେଖି ଆଚରେକର ତାଙ୍କୁ ଇଣ୍ଡିଆନ ଏଜୁକେଶନ ସୋସାଇଟି ନ୍ୟୁ ସ୍କୁଲରୁ ଶରଧାଶ୍ରମ ବିଦ୍ୟାମନ୍ଦିର (ଇଂଲିଶ) ହାଇସ୍କୁଲ ଟ୍ରାନ୍ସଫର କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍କୁଲ ତରଫରୁ ସଚିନ ଓ ତାଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲି ଖେଳି ୧୯୮୮ରେ ହାରିଶ ସିଲ୍ଡର ଏକ ମ୍ୟାଚରେ ସେଣ୍ଟ ଜାଭିୟର ବିପକ୍ଷରେ ୬୬୪ ରନର ପାର୍ଟନରସିପ ସ୍ଥାପନ କରି ରେକର୍‌ କରିଥିଲେ। କେବଳ ତେନ୍ଦୁଲକର ନୁହନ୍ତି ଆହୁରି ଅନେକ ନାମୀ ଖେଳାଳି ଆଚେରକରଙ୍କ ପାଖରୁ ଶିକ୍ଷାଗ୍ରହଣ କରିଥିଲେ। ସେମାନେ ହେଉଛନ୍ତି ବିନୋଦ କାମ୍ବଲି, ପ୍ରବୀଣ ଅମ୍ରେ, ସମୀର ଦିଘେ ଏବଂ ବଲବିନ୍ଦର ସିଂହ ସାନ୍ଧୁ। ଆଚରେକରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୦ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ଆଚେରକର।

ବିରାଟ କୋହଲି ଏବଂ ରାଜକୁମାର ଶର୍ମା
ଦିଲ୍ଲୀର ପୂର୍ବତନ ସ୍ପିନର ରାଜକୁମାର ଶର୍ମା କୋହଲିଙ୍କ ପିଲାଦିନର କ୍ରିକେଟ ଗୁରୁ। କୋହଲିଙ୍କୁ ଯେତେବଳେ ୯ ବର୍ଷ ହୋଇଥିଲା ତାଙ୍କ ବାପା ତାଙ୍କୁ ଗାଇଡ୍‌ କରିବା ପାଇଁ ରାଜକୁମାରଙ୍କୁ ପାଖକୁ ଆଣିଥିଲେ। ତାଙ୍କଠାରୁ ଅନେକ କୌଶଳ ଶିଖିଛନ୍ତି କୋହଲି।

ମହେନ୍ଦ୍ର ସିଂ ଧୋନୀ ଏବଂ କେଶବ ବାନାର୍ଜି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପିଲାଦିନର କୋଚ୍‌ ହେଉଛନ୍ତି କେଶବ ବାନାର୍ଜି। କେଶବଙ୍କ କଥା ମାନି ଧୋନୀ ପିଲିଲାଦିନେ ଫୁଟବଲ୍‌ ଛାଡି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଶେଷରେ ସଫଳତା ମଧ୍ୟ ପାଇଥିଲେ।

ଯୁବରାଜ ସିଂହ-ଯୋଗରାଜ ସିଂହ
ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ନିଜ ପିତା ଯୋଗରାଜଙ୍କଠାରୁ କ୍ରିକେଟରେ ପାରଦର୍ଶିତା ହାସଲ କରିଥିଲେ। ତାଙ୍କ ପିତା ବି ଜଣେ କ୍ରିକେଟର ଥିଲେ।

ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ନଭଜ୍ୟୋତ ସିଂ ସିଦ୍ଧୁ
ବିରେନ୍ଦ୍ର ସେହୱାଗଙ୍କ ଗୁରୁ ହେଉଛନ୍ତି ନଭଜ୍ୟୋତ ସିଂ ସିଦ୍ଧୁ। ଏକଥା ନିଜେ ଭିରୁ ମଧ୍ୟ ସୱୀକାର କରନ୍ତି। ସେହୱାଗଙ୍କ କହିବା ଅନୁଯାୟୀ ତାଙ୍କ ପ୍ରତିଭାକୁ ସିଦ୍ଧୁ ହିଁ ଚିହ୍ନିପାରିଥିଲେ। ଆଉ ତାଙ୍କରି ସହଯୋଗରେ ସେ ଏତେବାଟ ଆସିପାରିଛନ୍ତି ବୋଲି ସେହୱାଗ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri