ଭାରତର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ !

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା ଏବଂ ରାଜସ୍ଥାନ। ମହାରାଷ୍ଟ୍ରରେ ଏପ୍ରିଲ୍‌ ୧୦ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩୬୪ ଥିବାବେଳେ ଦିଲ୍ଲୀରେ ଏହା ୮୯୮ ରହିଥିଲା। ସେହିପରି ତାମିଲନାଡୁରେ ୮୩୪ ଥିବାବେଳେ ତେଲେଙ୍ଗାନାରେ ୪୭୩ ଏବଂ ରାଜସ୍ଥାନରେ ୪୬୩ ରହିଥିଲା। ପୃଥିବୀର କେତେକ ଦେଶର ଜନସଂଖ୍ୟା ସହିତ ଏସବୁ ସହରର ସାମ୍ୟତା ରହିଛି। କିନ୍ତୁ ଭାରତର ଏସବୁ ସହରରେ ସ୍ଥିତି ଭଲ ଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦିଲ୍ଲୀର ଜନସଂଖ୍ୟା କାଜାକସ୍ତାନ ଜନ ସଂଖ୍ୟା ସହିତ ପ୍ରାୟ ସମାନ। ଦିଲ୍ଲୀର ଜନସଂଖ୍ୟା କୋଟିଏ ୮୪ ଲକ୍ଷ ଥିବାବେଳେ କାଜାକସ୍ତାନର ଜନସଂଖ୍ୟା କୋଟିଏ ୮୭ ଲକ୍ଷ ରହିଛି। ଦିଲ୍ଲୀ ପ୍ରତିଦିନ ହାରାହାରି ୨୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବାବେଳେ କାଜାକସ୍ତାନରେ ୨୯ ଜଣଙ୍କୁ ଚିହ୍ନଟ କରାଯାଉଛି। ଅପରପକ୍ଷରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮୯୮ ରହିଛି। ସେହିପରି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨୪ ଏବଂ ମୃତକଙ୍କ ସଂଖ୍ୟା୧୩ ରହିଛି। କାଜାକସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୮୦୨ ଥିବାବେଳେ ସୁସ୍ଥ ହୋଇ ଘରକୁ ୬୩ ଜଣ ଫେରିଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୯ ରହିଛି। ସେହିପରି ଜାପାନ ଏବଂ ମହାରାଷ୍ଟ୍ରର ଜନ ସଂଖ୍ୟା ପାଖାପାଖି ରହିଛି। ଜାପାନର ଜନସଂଖ୍ୟା ୧୨ କୋଟି ୬୪ ଲକ୍ଷ ଥିବାବେଳେ ମହାରାଷ୍ଟ୍ରର ଜନସଂଖ୍ୟା ୧୨ କୋଟି ୧୯ ଲକ୍ଷ ରହିଛି। ଜାପାନରେ ବର୍ତ୍ତମାନ ସୁଦ୍ଧା ୫୫୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୩୬୪ ରହିଛି। ମହାରାଷ୍ଟ୍ରରେ ୧୨୫ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା ୯୭ ରହିଛି। ଅପରପକ୍ଷରେ ଜାପାନରେ ୬୮୫ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୯୯ ରହିଛି। ତାମିଲନାଡୁର ଜନସଂଖ୍ୟା ୭ କୋଟି ୭୧ ଲକ୍ଷ ଥିବାବେଳେ ଜର୍ମାନୀର ଜନସଂଖ୍ୟା ୮ କୋଟି ୩୭ ଲକ୍ଷ ରହିଛି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୮୩୪ ଥିବାବେଳେ ସୁସ୍ଥ ହୋଇଫେରିଥିବା ଲୋକଙ୍କ ସଂଖ୍ୟା ୨୧ ଏବଂ ମୃତକଙ୍କ ସଂଖ୍ୟା ୮ ରହିଛି। ଅପରପକ୍ଷରେ ଜର୍ମାନୀରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୮ ହଜାର ୨୩୫ ଥିବାବେଳେ ସୁସ୍ଥ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୫୨,୪୦୭ ଏବଂ ମୃତକଙ୍କ ସଂଖ୍ୟା ୨,୬୦୭ ରହିଛି। ତେଲେଙ୍ଗାନା ଏବଂ ଆଫଗାନିସ୍ତାନର ଜନସଂଖ୍ୟା ୩ କୋଟି ୮୯ ଲକ୍ଷ। ତେଲେଙ୍ଗାନାରେ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୪୭୩, ୩୫ ଏବଂ ୭ଥିବା ବେଳେ ଆଫଗାନିସ୍ତାନରେ ଏହା ୫୨୧, ୩୨ ଏବଂ ୧୫ ରହିଛି। ସେହିପରି ରାଜସ୍ଥାନ ଏବଂ ଇରାନର ଜନସଂଖ୍ୟା ଯଥାକ୍ରମେ ୭ କୋଟି ୯୫ ଲକ୍ଷ ଏବଂ ୮ କୋଟି ୩୯ ଲକ୍ଷ ରହିଛି। ରାଜସ୍ଥାନରେ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୪୬୩, ୨୧ ଏବଂ ୩ ଥିବାବେଳେ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୬୮,୧୯୨ ଥିବାବେଳେ ସୁସ୍ଥ ହୋଇ ୩୫,୪୬୫ ଜଣ ଘରକୁ ଫେରିଛନ୍ତି। ଏଠାରେ ୪,୨୩୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri