Categories: ବାଣିଜ୍ୟ

ଭାରତର ବିକାଶ ଅନୁମାନ କମାଇଲା ଫିଚ୍‌

ନୂଆଦିଲ୍ଲୀ,୨୧-୩: ଫିଚ୍‌ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। କରୋନା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି ଉପରେ ଗଭୀର ଭାବେ ପ୍ରଭାବ ପକାଇବ ବୋଲି ଫିଚ୍‌ କହିଛି। ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ହାର ୫.୬% ରହିବ ବୋଲି ଏହା ଡିସେମ୍ବର ପୂର୍ବାନୁମାନରେ କହିଥିଲା। ଚଳିତ ଆର୍ଥତ୍କ ବର୍ଷ ବିକାଶ ହାର ୬.୫% ନେଇ ଏହି ଏଜେନ୍ସି ମତ ରଖିଥିଲା। ଫିଚ୍‌ ଏହାର ଗ୍ଲୋବାଲ ଇକୋନୋମିକ ଆଉଟଲୁକ ୨୦୨୦ରେ କହିଛି ଯେ, ଆଗାମୀ ଦିନ ଗୁଡିକରେ ଏହି ରୋଗ ଅନେକଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ବଢିଛି। ଏହାର ପ୍ରଭାବ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ପଡିବ। ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହେବା ସହ ନିବେଶ ଏବଂ ରପ୍ତାନି ମଧ୍ୟ ପ୍ରଭାବିତ ହେବ। ୨୦୨୧-୨୨ରେ ଭାରତର ବିକାଶ ହାର ୬.୪% ରହିବା ନେଇ ରିପୋର୍ଟରେ କୁହାଯାଇଛି।

Share