Categories: ବାଣିଜ୍ୟ

ଭାରତର ଜିଡିପି ୪% ଖସିବ:ଏଡିବି

ନୂଆଦିଲ୍ଲୀ,୧୮।୬: ୨୦୨୦ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ବିଶେଷ ଭାବେ ଅଭିବୃଦ୍ଧି କରିପାରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ପ୍ରାୟ ୪% ଖସିଯିବ ବୋଲି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ଆକଳନରେ କୁହାଯାଇଛି। କରୋନା ପ୍ରଭାବ ଯୋଗୁ ଭାରତର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଅଭିବୃଦ୍ଧି କମିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଥିବା ବେଳେ ଏହି ଧାରାରେ ଏଡିବି ଯୋଡି ହୋଇଛି। ଏସିଆ ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ନିମ୍ନରେ ରହିବା ସହ କ୍ଷତିଗ୍ରସ୍ତ ଚାହିଦା ବଜାରର ଅଭିବୃଦ୍ଧିକୁ ଧୀମା କରିବ ବୋଲି ଆକଳନରେ କୁହାଯାଇଛି। ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଏହି ସମୟରେ ୦.୪% ଅଭିବୃଦ୍ଧି କରିବ। ୨୦୨୧-୨୨ରେ ବିକାଶ ହାର ୬.୬% ରହିବା ନେଇ ଆକଳନ କରାଯାଇଛି।

Share