Posted inଖେଳ

ଭାରତର କୋରିଆ ବ୍ୟାଡମିଣ୍ଟନ୍‌ କୋଚ୍‌ କିମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪।୯(ପି.ଟି.)- ଭାରତୀୟ ସିଙ୍ଗଲ୍ସ ମହିଳା ବ୍ୟାଡମିଣ୍ଟନ କୋଚ୍‌ ତଥା ପି.ଭି. ସିନ୍ଧୁଙ୍କ ବିଦେଶୀ କୋଚ୍‌ କିମ୍‌ ଜି ହ୍ୟୁନ୍‌ ଇସ୍ତଫା ଦେଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଏହି ସଫଳତାରେ କିମ୍‌ଙ୍କ ଯଥେଷ୍ଟ ଅବଦାନ ଥିଲା। ଟୋକିଓ ଅଲିମ୍ପିକ୍ସ ଆଉ ଗୋଟିଏ ବର୍ଷଠାରୁ କମ୍‌ ସମୟ ବାକି ଥିବା ବେଳେ କିମ୍‌ କୋଚ୍‌ ପଦ ଛାଡ଼ିବା ଭାରତ ପାଇଁ ଏକ ଝଟ୍‌କା ସଦୃଶ ହୋଇଛି।
୪୫ ବର୍ଷୀୟା କିମ୍‌ ସ୍ବାମୀ ରିଚି ମାରଙ୍କ ଚିକତ୍ସା ତଥା ଦେଖାଶୁଣା ପାଇଁ ହଠାତ୍‌ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ। କିଛି ଦିନ ତଳେ ରିଚି ହୃଦ୍‌ଘାତର ଶିକାର ହୋଇଥିଲେ। ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) କିମ୍‌ଙ୍କୁ କୋଚ୍‌ ପଦରେ ନିଯୁକ୍ତି ଦେଇଥିଲା। କିଛିଦିନ ତଳେ ସୁଇଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ କିମ୍‌ଙ୍କ ତତ୍ତ୍ୱାବଧାନରେ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସ୍ବାମୀ ଅସୁସ୍ଥ ଥିବାରୁ କିମ୍‌ ପଦ ଛାଡିଛନ୍ତି ଓ ଏବେ ସେ ତାଙ୍କର ଦେଖାଶୁଣା କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ହଠାତ୍‌ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ସମ୍ପୂର୍ଣ୍ଣ ଭଲ ହେବା ପାଇଁ ରିଚିଙ୍କୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଭାରତୀୟ ଜାତୀୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି।
ଏଭଳି ସ୍ଥିତିରେ କିମ୍‌ କୋଚ୍‌ ପଦରୁ ଇସ୍ତଫା ଦେବା ଦୁର୍ଭାଗ୍ୟଜନକ ବୋଲି ସିନ୍ଧୁ କହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଗୋପୀ ସାର ଓ ବିଏଆଇ ସବୁ ଦାୟିତ୍ୱ ହାତକୁ ନେଇ କାର୍ଯ୍ୟକରିବେ ବୋଲି ସିନ୍ଧୁ ଆଶାପ୍ରକାଶ କରିଛନ୍ତି। କିମ୍‌ ତୃତୀୟ ବିଦେଶୀ କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ। ତେବେ ସବୁ ବିଦେଶୀ କୋଚ୍‌ କାର୍ଯ୍ୟକାଳ ପୂରା କରି ନାହାନ୍ତି। ଏହା ପୂର୍ବରୁ ଜଣାଶୁଣା ଇଣ୍ଡୋନେସିଆ କୋଚ୍‌ ମୁଲ୍ୟୋ ହାଣ୍ଡୋୟୋ ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୧୭ରେ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ସିଙ୍ଗାପୁର ଦଳ ସହ ଯୋଗ ଦେଇଥିଲେ। ସେହିପରି ମାଲେସିଆର ଟାନ କିମ୍‌ ହର ଚଳିତ ବର୍ଷ ପ୍ରାରମ୍ଭରେ କୋଚ୍‌ ପଦରୁ ଇସ୍ଥଫା ଦେଇଥିଲେ। କାର୍ଯ୍ୟକାଳ ପୂରିବାର ୧୮ ବର୍ଷ ପୂର୍ବରୁ ସେ ପଦ ଛାଡିଥିଲେ। ଏବେ ଜଣେ ନୂଆ କୋଚ୍‌ ନିଯୁକ୍ତ କରିବା ପାଇଁ ବିଏଆଇ ତତ୍ପରତା ପ୍ରକାଶ କରିଛି। ଟୋକିଓ ଅଲିମ୍ପିକ୍ସ ଆଉ ୧୦ ମାସ ବାକି ରହିଛି। ପୁଣି ଯୋଗ୍ୟତା ପର୍ଯ୍ୟାୟ ଚାଲୁ ରହିଥିବାବେଳେ ନୂଆ କୋଚ୍‌ ନିଯୁକ୍ତ କରବା ନିହାତି ଜରୁରୀ ହୋଇପଡିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମେ ପ୍ରୟାସ କରିବୁ ବୋଲି ଗୋପୀଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri