Categories: ବାଣିଜ୍ୟ

ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ ଏବଂ ଘରୋଇ ଚାହିଦାରେ ଉନ୍ନତି ଆସିବା ଯୋଗୁ ଭାରତ ଏହି ଅଭିବୃଦ୍ଧି ଅଙ୍କ ହାସଲ କରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅଭିବୃଦ୍ଧି ୭.୪% ହେବ ବୋଲି ଜାନୁୟାରୀରେ ଏହା ରିପୋର୍ଟ ଦେଇଥିବା ବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ୟୁଏନ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ସିଚୁଏଶନ ମିଡ ଇୟର ଅପଡେଟରେ କହିଛି ଯେ, ବିମୁଦ୍ରୀକରଣ ଯୋଗୁ ଦେଶର ଅଭିବୃଦ୍ଧିରେ ରହିଥିବା ପ୍ରଭାବ ଏବେ ଟଳି ଥିବା ବେଳେ ସଂସ୍କାର ଧାରା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି। ଏପରି ସ୍ଥିତିରେ ଭାରତ ଏହାର ଘରୋଇ କ୍ଷେତ୍ର ନିବେଶକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଥିବା ୟୁନାଇଟେଡ ନେସନ୍ସର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାରର ଗ୍ଲୋବାଲ ଇକୋନୋମିକ ମନଟରିଂ ଶାଖା ମୁଖ୍ୟ ଡନ୍‌ ହଲାଣ୍ଡ କହିଛନ୍ତି।

Share