ଭାରତରେ ରିଟେଲ ଷ୍ଟୋର୍‌ ଖୋଲିବ ଆପଲ୍‌

ନୂଆଦିଲ୍ଲୀ,୩୦-୮: ମହଙ୍ଗା ଫୋନ ଏବଂ ସଫ୍ଟଓ୍ବେର ତିଆରି କରୁଥିବା ଆମେରିକା କମ୍ପାନୀ ଆପଲ୍‌ ଭାରତରେ ଏହାର ରିଟେଲ ଷ୍ଟୋର୍‌ ଖୋଲିବାକୁ ନେଇ ଉତ୍ସୁକ ବୋଲି କହିଛି। ଭାରତୀୟ ଗ୍ରାହକଙ୍କୁ ବିଶ୍ୱ ମାନଦଣ୍ଡ ଅନୁଯାୟୀ ଅନ୍‌ଲାଇନ ଓ ଦୋକାନ ଜରିଆରେ ଉନ୍ନତ ଅନୁଭବ କରିବାକୁ ନେଇ କମ୍ପାନୀ ଉତ୍ସାହୀ ବୋଲି କହିଛି। ଖୁବ୍‌ଶୀଘ୍ର ଭାରତରେ ଏକ ଷ୍ଟୋର୍‌ ଖୋଲାଯିବ ବୋଲି ଆପଲ୍‌ ଗୁରୁବାର ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାର ସିଙ୍ଗଲ ରିଟେଲ୍‌ ବ୍ରାଣ୍ଡରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ନିୟମ କୋହଳ କରିବା ଲାଗି ବୁଧବାର ଘୋଷଣା କରିବା ପରେ ଆପଲ୍‌ ପକ୍ଷରୁ ପ୍ରଥମଥର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଇ-ମେଲ୍‌ ଜରିଆରେ ଗଣମାଧ୍ୟମକୁ ପଠାଇଥିବା ନିଜ ପ୍ରତିକ୍ରିୟାରେ ଆପଲ୍‌ କହିଛି ଯେ, ଏହା ଭାରତରେ ପ୍ରଥମ ଦୋକାନ ଖୋଲି ଗ୍ରାହକଙ୍କୁ ସ୍ବାଗତ କରିବା ଲାଗି ଆଗ୍ରହୀ। ତେବେ କମ୍ପାନୀର ନିଜର ଯୋଜନା ସମ୍ପର୍କରେ କିଛି ପ୍ରକାଶ କରିନାହିଁ। ବର୍ତ୍ତମାନ ଭାରତୀୟ ବଜାରରେ ଆପଲ୍‌କୁ ସ୍ମାର୍ଟଫୋନ ଶ୍ରେଣୀରେ ଓ୍ବନ୍‌ ପ୍ଲସ୍‌ ଓ ସାମସଙ୍ଗ ସହିତ ମୁକାବିଲା କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri