Posted inଜାତୀୟ

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ ହିନ୍ଦୁତ୍ୱବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଦେଶରେ ରାଜନୀତି ଜୋର୍‌ ଧରିଥିବାବେଳେ ବିଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହିକ୍ରମରେ ମୁସଲିମ୍‌ମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତି କେନ୍ଦ୍ର ସରକାରଙ୍କ ଖାମଖିଆଲ ମନୋଭାବକୁ ନିନ୍ଦା କରି ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ଏବଂ ଦିଲ୍ଲୀ ଜାମା ମସ୍‌ଜିଦ୍‌ ସାହି ଇମାମ୍‌ ଇମାମ୍‌ ବୁଖାରୀ ରବିବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଭାରତରେ ବଢ଼ିଚାଲିଥିବା ଭିଡ଼ହିଂସା ପ୍ରତିବାଦରେ ଆମେରିକାର ଶିକାଗୋ ଓ ଗ୍ରେଟର ବୋଷ୍ଟନରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିଡ଼ହିଂସା ଏବଂ ଘୃଣା ଅପରାଧ ବନ୍ଦକରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଓ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଭାରତୀୟ ବଂଶୋଦ୍ଭବ, ଦକ୍ଷିଣ ଏସୀୟ ଓ ଆମେରିକୀୟଙ୍କ ସମେତ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। କେତେଜଣଙ୍କ ପ୍ଲାକାର୍ଡରେ ଲେଖାଥିଲା, ‘ଅଖ୍‌ଲାକ୍‌, ପେହଲୁ, ଅଫ୍‌ରାଜୁଲ, ଜୁନୈଦ୍‌, ତବରେଜ୍‌। ତୁମ ପାଳି ଆସିବା ପୂର୍ବରୁ ଏହାକୁ ବନ୍ଦ କର।’

‘କେନ୍ଦ୍ର ସରକାର ନୀରବଦ୍ରଷ୍ଟା’


ଗୋବଂଶକୁ ସୁରକ୍ଷା ଦେବା ଆଳରେ ମୁସଲମାନ୍‌ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଉଥିବାବେଳେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ରବିବାର ଦିଲ୍ଲୀ ଜାମା ମସ୍‌ଜିଦ୍‌ର ଇମାମ ବୁଖାରୀ ସମାଲୋଚନା କରିଛନ୍ତି।
ସାହି ଇମାମ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ମୁସଲିମ୍‌ମାନେ ସରକାରଙ୍କ ଭେଦଭାବପୂର୍ଣ୍ଣ ମନୋଭାବର ଶିକାର ହେଉଛନ୍ତି। ଜଣେ ଭାରତୀୟ ମୁସଲମାନ ପ୍ରତିନିଧି ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ତାକୁ ଧମକ ଦେଇ ଦମନ ଓ ଆତଙ୍କିତ କରାଯାଉଛି। ଏଥିଯୋଗୁ ସେମାନଙ୍କ ଧୈର୍ଯ୍ୟର ସୀମା ଟପିଗଲାଣି। ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକେ ଆଇନକୁ ଉପହାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri